ବିଲେଇକୁ ସୁନ୍ଦର କରିବା ପାଇଁ ଲକ୍ଷାଧିକ ଖର୍ଚ୍ଚ

ଚାଇନାର ଜଣେ ମହିଳା ନିଜ ବିଲେଇକୁ ସୁନ୍ଦର କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ତାଙ୍କ ବିଲେଇଟି ଦେଖିବାକୁ ଭାରି ଅସୁନ୍ଦର ବାଲି ତାଙ୍କୁ ମନେ ହୋଇଥିଲା । ତେଣୁ ବିଲେଇ ପରି ଦେଖାଯାଉ ବୋଲି ମହିଳା ଚାହୁଁଥିଲେ । ଏଥିପାଇଁ ସେ ବିଲେଇର ପ୍ଲାଷ୍ଟିକ୍ ସର୍ଜରି କରାଇଲେ । ସର୍ବପ୍ରଥମେ ବିଲେଇର ଆଖି ଏବଂ ପରେ ତା’ ଶରୀରର ସର୍ଜରି କରାଗଲା । ଚାଇନାର ଏକ ନ୍ୟୁଜ୍ ଚ୍ୟାନେଲ ଏହି ଖବର ପ୍ରକାଶ କରିଛି । ଉକ୍ତ ରିପୋର୍ଟ ଅନୁସାରେ ସର୍ଜରି ପରେ ବିଲେଇଟି ମୂର୍ଚ୍ଛା ପଡ଼ିଯିବା ସହ ତା’ ଆଖି ଲାଲ ହୋଇଯାଇଛି । ସର୍ଜରି ପାଇଁ ମହିଳା ଜଣଙ୍କ ୧ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ସର୍ଜରୀ କରିଥିବା ଡାକ୍ତରଙ୍କ କହିବା ଅନୁସାରେ, ଗୃହପାଳିତ ପ୍ରାଣୀଙ୍କ ଆଇବ୍ରୋ ସେଟ୍ କରିବା ପାଇଁ ତାଙ୍କ ନିକଟକୁ ବହୁତ ଲୋକ ଆସିଥାଆନ୍ତି । ଯଦ୍ୱାରା ସେମାନେ ଡଗ୍ ଶୋ’ରେ ଭାଗ ନେଇପାରିବେ । ମାତ୍ର ସର୍ଜରି ପରି ଘଟଣା ଏହା ପ୍ରଥମ । ଏହି ଘଟଣା ପ୍ରଚାରିତ ହେବା ପରେ ଲୋକମାନେ ଉକ୍ତ ମହିଳାଙ୍କୁ ଗାଳି କରୁଛନ୍ତି । ଏହା ପଶୁପକ୍ଷୀଙ୍କ ପ୍ରତି ଅତ୍ୟାଚାର ବୋଲି ସେମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ