ବିଲେଇପଦା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବାଲ ଓ କନ୍ୟା ଶିବିର

ଯୋଡ଼ା, (ସମୀର କୁମାର ଦାସ):ଶୁକ୍ରବାର ଦିନ ବିଲେଇପଦା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବାଲ ଓ କନ୍ୟା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀ ଚ଼ନ୍ଦନ କୁମାର ବାରିକ (ଚିକିତ୍ସା ଅଧିକାରୀ, ବାସୁଦେବ ପୁର ସରକାରୀ ଡାକ୍ତର ଖାନା) ଓ ସମ୍ମାନୀତ ଅତିଥି ରୂପେ ଶ୍ରୀ ଭଗବାନ ବର୍ଦ୍ଧନ ( ପ୍ରଧାନ ଆଚାର୍ଯ୍ୟ) ଯୋଗଦାନ କରି ମା’ ସରସ୍ଵତୀଙ୍କ ନିକଟରେ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ଵାରା ଶିଶୁ ଭାଇ ଭଉଣୀଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ପରାମର୍ଶ ପ୍ରଦାନ କରାଯାଇ ସମ୍ମାନୀତ ଅତିଥିଙ୍କ ଦ୍ୱାରା ବାଲ ଓ କନ୍ୟାଶିବିରର ଉଦ୍ଦେଶ୍ୟ ସମ୍ବନ୍ଧରେ ମାର୍ଗଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ଭାଇ ଭଉଣୀଙ୍କ ଦ୍ଵାରା ମାଣବସା ,ରଥଯାତ୍ରା, ଖୁଦୁରୁକୁଣୀ, ରଜ, କୁଆଁର ପୁନେଇଁ, ଡାକ୍ତରଖାନା ଓ କୌଳିକହୁତ୍ତି ଆଦି ପ୍ରଦର୍ଶିତ କରଯାଇଥିଲା । ଏଥିସହିତ ବାଳିକା ମାନଙ୍କ ଦ୍ୱାରା ପିଠା ପ୍ରଦର୍ଶନୀ , କଳସ ସଜା ପ୍ରତିଯୋଗିତା ଏବଂ ବାଳକ ମାନଙ୍କ ଦ୍ୱାରା କୌତୁକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । ସ୍ଥାନୀୟ ବିଦ୍ୟାଶକ୍ତି ନ୍ୟାସର ସଂପାଦିକା ଶ୍ରୀମତୀ ନୂତନ ପଣ୍ଡିତ ଏବଂ ସଦସ୍ୟା ଶ୍ରୀମତୀ କୀର୍ତ୍ତି କୁମାର ପ୍ରତିଯୋଗିତା ର ବିଚାରକ ରୂପେ ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟା ଶ୍ରୀମତୀ ଲୀନା ମଲ୍ଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ସଂପାଦକ ଶ୍ରୀ ଗୋପୀନାଥ ଗୋପ ଧନ୍ୟବାଦ ଅର୍ପଣ କରିଥିଲେ । କନ୍ୟା ଭାରତୀପ୍ରମୁଖ ଗୁରୁମା ଶ୍ରୀମତୀ ସ୍ୱାଗତିକା ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମାତୃଭାରତୀ ଟିମର ବାଳିକା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ