ବିଲେଇ ହୋଟେଲ୍

ଶୀର୍ଷକଟି ଅବିଶ୍ୱାସ ଯୋଗ୍ୟ ମନେ ହେଉଥିଲେ ମଧ୍ୟ ଘଟଣାଟି ସତ୍ୟ । ଦୁନିଆରେ ମଣିଷର ବ୍ୟସ୍ତ ବହୁଳ ଜୀବନରେ ପଶୁମାନଙ୍କ ପାଇଁ ସମୟ ନଥିବା ବେଳେ ବିଲେଇଙ୍କ ସୁବିଧା ପାଇଁ ବିଳାସ ପୂର୍ଣ୍ଣ ହୋଟେଲ୍ ଖୋଲିଛନ୍ତି ଜଣେ ଛାତ୍ର । ଇରାକ୍ରେ ଏଭଳି ହୋଟେଲ୍ ଖୋଲାଯାଇଛି । ଏତଦ୍ବ୍ୟତୀତ ଏହି ହୋଟେଲ୍ରେ ବିଲେଇଙ୍କ ପାଇଁ ସମସ୍ତ ସୁଖ ସୁବିଧା ଯୋଗାଇ ଦିଆଯାଇଛି । ତେବେ ଏହି ହୋଟେଲ୍ କୌଣସି ବଡ ଧନୀକ ବ୍ୟକ୍ତି ତିଆରି କରିନାହାନ୍ତି, ଏକ ଛାତ୍ର ନିଜ ଉଦ୍ୟମରେ ଏହି ହୋଟେଲ୍ଟି ତିଆରି କରିଛନ୍ତି । ଇରାକ୍ ପଶୁଚିକିତ୍ସା ବିଭାଗରେ ପଢୁଥିବା ଜଣେ ଛାତ୍ର ଏହି ହୋଟେଲ୍ଟିକୁ ନିର୍ମାଣ କରିଛନ୍ତି । ନିଜ ଘରେ ଏକ ବଖରାକୁ ନେଇ ସେ ଏହାକୁ ନିର୍ମାଣ କରିଛନ୍ତି । ଏହି ଜାଗାରେ ବିଲେଇକୁ ଏକ ରାତି ରଖିବାକୁ ହେଲେ ଆପଣଙ୍କୁ ପାଞ୍ଚ ହଜାର ଇରାକି ଦିନାର ବା ଚାରି ଡଲାର୍ ମୂଲ୍ୟ ଦେବାକୁ ପଡ଼ିଥାଏ । ବର୍ତ୍ତମାନ ଇରାକ୍ରେ ଯୁଦ୍ଧ ପରିସ୍ଥିତି ଲାଗିରହିଥିବା ବେଳେ ଛାତ୍ରଙ୍କର ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି । ଏହି ହୋଟେଲ୍ରେ ବିଲେଇମାନଙ୍କ ଶୋଇବା ପାଇଁ ଗଦି, ମନପସନ୍ଦର ଖାଇବା ଛଡ଼ା ଖେଳିବାର ବି ସୁବିଧା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ