ବିଳମ୍ବରେ ବିଲ କରି ବିଦ୍ୟୁତ ଉପଭୋକ୍ତାଙ୍କୁ ଲୁଟଛିନ୍ତି ଟାଟା ପାୱାର କମ୍ପାନୀ

ନିମାପଡା (ସନ୍ତୋଷ ଦାଶ ) ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କାକଟପୁର ବିଦ୍ୟୁତ ସେକ୍ସନ ଅଂଚଳରେ ବିଦ୍ୟୁତ ବଣ୍ଟନ ଓ ବିଲ ଆଦାୟ ଦାୟିତ୍ୱ ଟି ପି ସି ଓ ଡି ଏଲ (ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁ ସନ ଲିମିଟେଡ଼ ହାତରେ ନ୍ୟସ୍ତ ରହିଛି l ତେବେ କିଛି ମାସ ହେବ ଏହି ସଂସ୍ଥା ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ କରୁଥିବା ଶତାଧିକ ଉପଭୋକ୍ତା ଅଭିଯୋଗ କରିଛନ୍ତି l ଅସ୍ତରଙ୍ଗ ବ୍ଲକ ଡ଼ାଳୁଅକଣୀ ଗ୍ରାମ ର ପ୍ରଶନ ସ୍ୱାଇଁ, ଧଡ଼େଶ୍ୱର ବିଶ୍ୱାଳ,ଅନନ୍ତା ଗ୍ରାମ ର ଭୋଳି ନାୟକ,ଭରତ ବେହେରା,ନାନପଡା ଗ୍ରାମ ର କିଶୋର ରାଉତ,ଟିମୋର ଗ୍ରାମ ର ସେବତୀ ବେୱା ପ୍ରମୁଖ ବିଦ୍ୟୁତ ଉପଭୋକ୍ତା ଅଭିଯୋଗ କରିଛନ୍ତି ଯେ, ଟାଟା କଂପାନୀ ବିଦ୍ୟୁତ ରିଡିଙ୍ଗ ଦାୟିତ୍ୱ ନେବାଠାରୁ ସେମାନଙ୍କ ର ପୂର୍ବ ଅପେକ୍ଷା ବହୁ ଅଧିକ ବିଲ ଆସୁଛି l ଉପଭୋକ୍ତା ଙ୍କ ଘରେ ଟାଟା ପାୱାର କମ୍ପାନୀ ଲଗାଉଥିବା ମିଟର ସଠିକ କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଥିଲେ ମଧ୍ୟ କେହି ଶୁଣୁନାହାନ୍ତି l ମାସ ଶେଷ ରେ କର୍ମଚାରୀ ମାନେ ମିଟର ରିଡିଙ୍ଗ ନକରି ବିଳମ୍ବ ରେ କରୁଥିବାରୁ ଅଧିକ ୟୁନିଟ ହିସାବ ହେଉଛି l ସାଧାରଣ ଘରୋଇ ଉପଭୋକ୍ତା ଟିଏ ୟୁନିଟ ପିଛା 3ଟଙ୍କା ବଦଳରେ 5 ଟଙ୍କା 80 ପଇସା ଦେବାକୁ ବାଧ୍ୟ ହେଉଛି l ସେହିପରି ବ୍ୟବସାୟିକ ଉପଭୋକ୍ତା ମାନେ ୟୁନିଟ ପିଛା 5 ଟଙ୍କା 90 ପଇସା ବଦଳରେ 7ଟଙ୍କା 60 ପଇସା ଦେବାକୁ ବାଧ୍ୟ ହେଉଛନ୍ତି l ସଠିକ ସମୟ ରେ ମିଟର ରିଡିଙ୍ଗ କରି ଉପଭୋକ୍ତା ଙ୍କ ଠାରୁ ସଠିକ ବିଲ ଆଦାୟ କରିବାକୁ ଓ ତ୍ରୁଟି ରହିଥିବା ମିଟର ଗୁଡିକୁ ତୁରନ୍ତ କମ୍ପାନୀ ବଦଳାଇବାକୁ ବିଦ୍ୟୁତ ଉପଭୋକ୍ତା ମାନେ ଦାବି କରିଛନ୍ତି l ଯଦି ଏ ଦିଗରେ କମ୍ପାନୀ ଦୃଷ୍ଟି ନ ଦିଏ ତେବେ ଅସ୍ତରଙ୍ଗ ନାଗରିକ ସଚେତନ ମଞ୍ଚ ବାଧ୍ୟ ହୋଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ