ବିଳମ୍ବରେ ସ୍କୁଲ ଆସିବା ଓ ଶିକ୍ଷକଙ୍କ ଅଶାଳୀନ ମନ୍ତବ୍ୟ ବିରୁଦ୍ଧରେ ତାତିଲେ ଲୋକେ

ହାଟଡ଼ିହି, (ବିକାଶ ବିଶ୍ୱାଳ):ବିଳମ୍ବ ରେ ସ୍କୁଲ ଆସିବା, ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ ନକରି ମୋବାଇଲ ଦେଖିବା ଓ ଏହାକୁ ବାରଣ କରିବାରୁ ସ୍କୁଲ କମିଟି ସଦସ୍ୟ ମାନଙ୍କୁ ଛକ ବଜାରରେ ଗାଳି ଗୁଲଜ କରିବାକୁ ନେଇ ଜାଗୁଳାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଭାର ଫାଟକରେ ତାଲା ପକାଇ ଦେଇଛନ୍ତି। ସ୍କୁଲ କମିଟି ସଦସ୍ୟ ଓ ଅଭିଭାବକଙ୍କ ଅଭିଯୋଗ ଅନୁଯାଇ ବିଦ୍ୟାଳୟର ଶିକ୍ଷକ ଆର୍ତ୍ତତ୍ରାଣ ଜେନା, ବିଦ୍ୟାଳୟ କୁ ନିୟମିତ ବିଳମ୍ବରେ ଆସିବା ସହିତ ଶିକ୍ଷାଦାନ ନ କରି ମୋବାଇଲ ଦେଖିବା, ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ବସି ଅଣ୍ଡା ଖାଇବା, ଛାତ୍ର ମାନଙ୍କୁ ଆଶାଳୀନ ଭିଡିଓ ଦେଖାଇବା, ବିଦ୍ୟାଳୟ ପରିସରରେ ରାଜନୀତି କରିବା ଭଳି କାର୍ଯ୍ୟ କରିଆସୁଥିଲେ। ଏହାକୁ କିଛି କମିଟି ସଦସ୍ୟ ବିରୋଧ କରିବାରୁ ଶିକ୍ଷକ ଜଣକ ଗତକାଲି ମୁଗୁପୁର ବଜାରରେ ଗାଁ ର ୱାର୍ଡ ସଭ୍ୟଙ୍କୁ ଗାଳିଗୁଲଜ କରିବା ସହିତ ଧମକ ଦେଇଥିଲେ ବୋଲି ୱାର୍ଡ ସଭ୍ୟ ଅଭିଯୋଗ କରିବା ସହିତ ଗ୍ରାମବାସୀ ଙ୍କୁ ଜଣାଇଥିଲେ। ଫଳରେ ଆଜି ମୁକ୍ତିକାନ୍ତ ନାୟକ, ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଚମ୍ପା ଜେନା, ଭାସ୍କର ଜେନା, ନାରାୟଣ ନାୟକ, ଗୀତାଞ୍ଜଳି ଓଝା, ପ୍ରତିମା ସେଠୀ, ଦେବଜାନୀ ପାଢ଼ୀ, ସୀତା ଜେନା, ରୀନା ବେହେରା, ତପନ କୁମାର ପଣ୍ଡା, ଝୁନୁଲତା ବେହେରା, ବାସନ୍ତୀ ବାରିକ, ପୂର୍ଣ୍ଣିମା ବାରିକ, ତ୍ରିଲୋଚନ ସେଠୀ, ଜ୍ୟୋତିପ୍ରକାଶ ଜେନା, ଗୀତାଞ୍ଜଳି ଜେନା ଙ୍କ ସମେତ ପଚାଶରୁ ଉର୍ଦ୍ଧ୍ବ ଗ୍ରାମବାସୀ ସ୍କୁଲ ନିକଟରେ ପହଂଚି ୧୦ଟା ସୁଦ୍ଧା ଶିକ୍ଷକ ମାନେ ଯାଇ ନଥିବାରୁ ସ୍କୁଲରେ ତାଲା ପକାଇଥିଲେ। ଏକ ମାତ୍ର ପ୍ରଧାନ ଶିକ୍ଷକ ସ୍କୁଲ ଭିତରେ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ କରିଥିଲେ। ଅନ୍ୟ ୪ଜଣ ଶିକ୍ଷକ ସ୍କୁଲ ବାହାରେ ଠିଆ ହୋଇ ହୋଇ ଫେରିଆସିଥିଲେ। ସଂପୃକ୍ତ ଶିକ୍ଷକ ଙ୍କୁ ତୁରନ୍ତ ଏହି ସ୍କୁଲରୁ ଅନ୍ୟତ୍ର ବଦଳି କରିନେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଖବର ପାଇ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରାଉଛନ୍ତି। ଏ ସମ୍ପର୍କରେ ଶିକ୍ଷକ ଆର୍ତ୍ତତ୍ରାଣ ଜେନା ଙ୍କୁ ପଚାରିବାରେ ସେ ଏହାକୁ ଅସ୍ବୀକାର କରିବା ସହ ସେମନେ ମିଥ୍ୟାରେ ଆକ୍ରୋଶ ମୂଳକ ଅଭିଯୋଗ କରୁଛନ୍ତି ବୋଲି କହିଛନ୍ତି। ସ୍କୁଲ କାମକୁ ନେଇ କମିଟି ଚେୟାରମ୍ୟାନଙ୍କ ସହିତ ଝଗଡା ହୋଇଥିବାରୁ ସେମାନେ ମିଥ୍ୟା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଏବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ପଚାରିବାରେ ସେ ଘଟଣାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ