ବିଳମ୍ବିତ ହେଉଛି ନେପାଳ ମାନଚିତ୍ର ପରିବର୍ତ୍ତନ

ନୂଆଦିଲ୍ଲୀ : ନେପାଳ ନିଜର ମାନଚିତ୍ରକୁ ପରିବର୍ତ୍ତନ କରିବାବେଳେ ଏଥିପାଇଁ ଆବଶ୍ୟକ ସମ୍ବିଧାନ ସଂଶୋଧନ ବିଳମ୍ବିତ ହୋଇଛି । ସମ୍ବିଧାନ ସଂଶୋଧନ ପାଇଁ ପାର୍ଲାମେଣ୍ଟର ପ୍ରତିନିଧି ସଭାରେ ପ୍ରସ୍ତାବ ଆଗତ କରାଯାଇଥିବାବେଳେ ଏହାର ଅଗ୍ରହ୍ୟ କରିଦିଆଯାଇଛି । ସମ୍ବିଧାନ ସଂଶୋଧନ ପ୍ରସ୍ତାବକୁ କାହିଁକି ଅଗ୍ରାହ୍ୟ କରାଯାଇଛି ତାର କାରଣ ଦର୍ଶାଯାଇନାହିଁ । ନେପାଳ ପ୍ରସ୍ତୁତ କରିଥିବା ନୂତନ ମାନଚିତ୍ରରେ ଭାରତର କେତେକ ଅଞ୍ଚଳକୁ ଏଥିରେ ଅନ୍ତର୍ଭୁକ୍ତ କରିଛି । ବିରୋଧି ନେପାଳ କଂଗ୍ରେସ ଏହାକୁ ବିରୋଧ କରିଥିବା ଜଣାଯାଇଛି । ଆଗାମି ଦିନରେ ପ୍ରସ୍ତାବକୁ କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିରେ ଉପସ୍ଥାପନ କରାଯିବା ପରେ ପାର୍ଲାମେଣ୍ଟରେ ବିଚାର କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ