ବିଶାଖାପାଟଣାରୁ ଝାଡ଼ଖଣ୍ଡ ସାଇକେଲରେ ପ୍ରବାସୀ; ସହାୟତା କଲା ଭଞ୍ଜନଗର ପ୍ରଶାସନ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା) ସମଗ୍ର ଦେଶରେ କୋରନା ପାଇଁ ସରକାର ଙ୍କ ପକ୍ଷରୁ ଲକ୍ ଡାଉନ ଘୋଷଣା କରାଯାଇଛି। ଏହି ମାହାମରୀ ପାଇଁ ଜୀବନଜୀବିକା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ଗରିବ ଅସହାୟ , ଦିନ ମଜୁରିଆ ଶ୍ରମିକ ମାନେ ବେଶ ପ୍ରଭାବିତ ହେଉଛନ୍ତି। ଫଳରେ କାମ ଧନ୍ଦା ବନ୍ଦ ହୋଇଯିବା ଯୋଗୁଁ ଶ୍ରମିକ ମାନେ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛି। ଏଭଳି ସ୍ଥିତିରେ ବାହାର ରାଜ୍ୟରେ କାମ କରୁଥିବା ଦାଦନ ଶ୍ରମିକ ମାନେ କିଏ ବସ ଟ୍ରେନ ଯୋଗେ ତ କିଏ ଚାଲି ଚାଲି ଓ ସାଇକେଲ ରେ ନିଜ ନିଜର ଭିଟାମାଟି କୁ ଆସୁଛନ୍ତି। ସେହିପରି ଆନ୍ଦ୍ରପ୍ରଦେଶ ର ବିଶାଖାପାଟଣା ରୁ ୧୫ ଜଣ ଶ୍ରମିକ ସାଇକେଲ ରେ ନିଜ ରାଜ୍ୟ ଝାଡ଼ଖଣ୍ଡ କୁ ବାହାରିଥିଲେ। ରବିବାର ରାତ୍ରିରେ ସେମାନେ ଆସି ଭଞ୍ଜନଗର ରେ ପହଞ୍ଚି ଥିଲେ । ଖବର ପାଇଁ ଭଞ୍ଜନଗର ଏନ.ଏ. ସି କର୍ମଚାରୀ ମାନେ ସେମାନେ ଙ୍କୁ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରେ ଅଟକାଇ ଖାଇବାକୁ ଦେଇ ଥିଲେ। ଏହା ପରେ ତହସିଲଦାର ଆଲୋକ କୁମାର ପ୍ରଧାନ ଶ୍ରମିକ ମାନଙ୍କ ସହ ଆଲୋଚନା କରିବା ସହ ସହର ବାହାରେ ଥିବା ସ୍ଥାନୀୟ ସୋରାଦେବୀ ମନ୍ଦିରରେ ରାତ୍ରି ଯାପନ କରିବାର ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ।


