ବିଶାଖାପାଟଣା ଟ୍ରେନକୁ ହାଇଦ୍ରାବାଦ ସଂପ୍ରସାରଣ ଦାବି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଦେଇ ଦୁଇଯୋଡା ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ ପୁରୀ ଓ ବିଶାଖାପାଟଣାକୁ ଚଳାଚଳ କରିବା ପାଇଁ ପୂର୍ବତଟ ରେଳ ବିଭାଗ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ୧୪ ମାସ ହେଲା କୋଭିଡ କଟକଣା ହେତୁ ଚଳାଚଳ ବନ୍ଦ ଥିବା ଟ୍ରେନକୁ ଚଳାଚଳ ନିଷ୍ପତ୍ତିକୁ ସ୍ୱାଗତ ଜଣାଯାଇଛି । ଏôତ ସହ ଗୁଣୁପୁର-ପାରଳାଖେମୁଣ୍ଡି ଦେଇ ବିଶାଖାପାଟଣାକୁ ଚଳାଚଳ କରୁଥିବା ଟ୍ରେନଟିକୁ ହାଇଦ୍ରାବାଦ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ଦାବି କରାଯାଇଛି । ରେଳ ବିଭାଗ ତରଫରୁ ବିଭିନ୍ନ ସ୍ଥାନକୁ ଟ୍ରେନ ଚଳ ବହୁ ଦିନ ହେଲା ଆରମ୍ଭ ହୋଇଥିଲେ ମଧ୍ୟ ଗୁଣୁପୁର ଓ ପାରଳାଖେମୁଣ୍ଡିକୁ ଉପେକ୍ଷା କରାଯାଇଥିଲା । ଏଥିପାଇଁ ଗୌରହରି ପାଠାଗାର ସମତେ ବିଭିନ୍ନ ସଂଗଠନ ତରଫରୁ ଦାବି ହେଉଥିଲା । ସରକାର ବିଳମ୍ବରେ ହେଲେ ମଧ୍ୟ ଯାତ୍ରୀ ମାନଙ୍କ ସୁବିଧା ପାଇଁ ପ୍ରଥମେ ଦୁଇ ଯୋଡା ଟ୍ରେନ ଚଳିତ ଚଳିତ ମାସ ୭ ଓ ୨୨ ତାରିଖରୁ ଚାଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଅଛି । ଏହି ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତିକୁ ଗୌରହରି ବରିଷ୍ଠ ନାଗରିକ ତଥା ଗୌରହରି ପାଠାଗାର ସଭାପତି ରମେଶ ଚନ୍ଦ୍ର ପାଢୀ ଓ ସଂପାଦକ ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀ ବିଭାଗୀୟ ରେଳ ଉଚ୍ଚ ଅଧିକାରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ଯାତ୍ରୀ ମାନଙ୍କ ସୁବିଧା ପାଇଁ ପାଠାଗାର ତରଫରୁ ପ୍ରଥମେ ବହୁବାର ଅଭିଯୋଗ ହୋଇ ଆସୁଥିଲା । ବର୍ତ୍ତମାନ ଏହାର ଅବସାନ ହୋଇଥିଲେ ମଧ୍ୟ ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନକୁ ହାଇଦ୍ରାବାଦ ସଂପ୍ରସାରଣ ପାଇଁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ