ବିଶାଳ ନାରାୟଣ ପ୍ରତିମା ପ୍ରତିଷ୍ଠିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଛି ୬ ଫୁଟ ଉଚ୍ଚତା ବିଶିଷ୍ଟ ୧୮ କୁଇଣ୍ଟାଲ ଓଜନର ଚର୍ତୁଭୁଜ ଶ୍ରୀ ଶ୍ରୀ ନାରାୟଣଙ୍କର ମାର୍ବଲ ପ୍ରତିମା । ‘ପୂଜ୍ୟ ସ୍ୱାମୀ ଦିବ୍ୟାନନ୍ଦ ଗିରିଙ୍କ ଉଦ୍ୟମରେ ଏହି ପ୍ରତିଷ୍ଠା ସମାରୋହରେ ମୁଖ୍ୟ କର୍ତ୍ତା ଅଛନ୍ତି ଭୁବନେଶ୍ୱର ଅପୋଲୋ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧୀର ଦିଗିକାର । ପ୍ରସିଦ୍ଧ ଦୟାନଦୀରୁ ସୁଧୀରଜୀ ସପତ୍ନୀକ ୧୦୮ ମହିଳାଙ୍କ ଗହଣରେ କଳସ ଶୋଭାଯାତ୍ରାରେ ଆସି ଆଧ୍ୟାମିôକ ବିଦ୍ୟାପୀଠରେ ପହଞ୍ôଚ ପୂଜା ଆରମ୍ଭ କରିଥିଲେ । ପଣ୍ଡିତ ସୁଧାକର ମିଶ୍ର ଓ ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ରଙ୍କର ତତ୍ତ୍ୱାବଧାନରେ ପୂଜାମଣ୍ଡପରେ ମଣ୍ଡଳ କଟାଯାଇ ପୂଜା ଆରମ୍ଭ ହୋଇଥିଲା । ଅପରାହ୍ନରେ ଯଜ୍ଞ ଆରମ୍ଭ ହୋଇ ନାରାୟଣଙ୍କ ପ୍ରତିମାଙ୍କୁ ସ୍ନାନ କରାଯାଇଥିଲା । ଆଜି ପ୍ରତିଷ୍ଠା ଉତ୍ସବ ପରେ ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ (ସଭାପତି) ଅପରାହ୍ନରେ ପୂର୍ଣ୍ଣାହୂତି ପ୍ରଦାନ କରି ଯଜ୍ଞ ସମାପ୍ତ କରିଥିଲେ । ପୂର୍ଣ୍ଣାହୂତିରେ ବିଶିଷ୍ଟ ସାଧୁସନ୍ଥମାନେ ଯୋଗ ଦେଇଥିଲେ । ଏହି ପ୍ରତିଷ୍ଠା ଉତ୍ସବ ସାମନ୍ତରାପୁର ନିକଟ ନୂଆଗାଁର ଆଧ୍ୟାତ୍ମିକ ବିଦ୍ୟାପୀଠ ପରିସର (ଶ୍ରୀହରି କଲ୍ୟାଣ ମଣ୍ଡପ)ରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ମୁକ୍ତିମଣ୍ଡପ ଓ ପୁରୀର ବିଶିଷ୍ଟ ପଣ୍ଡିତମାନଙ୍କ ଦ୍ୱାରା ଏହି ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଛି । ପୁରୀ ଶ୍ରୀମନ୍ଦିରର ଛତିଶା ନିଯୋଗ ନାୟକ ପାଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ରଙ୍କ ପରାମର୍ଶରେ ପ୍ରତିଷ୍ଠା କାର୍ଯ୍ୟକୁ ପଣ୍ଡିତମାନେ ପରିଚାଳନା କରିଥିଲେ । ଏହି ପ୍ରତିଷ୍ଠା ସମାରୋହ ସହିତ ଶ୍ରୀ ଗୁପ୍ତ ନବରାତ୍ରୀ ପୂଜା ମଧ୍ୟ ଅନୁଷ୍ଠିତ ହୋଇଛି । ମା ଦୁର୍ଗାଙ୍କର ନବଧାରୂପରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ । ଏହି ପୂଜା କଲେ ନିଃସନ୍ତାନ ବ୍ୟକ୍ତିମାନେ ସନ୍ତାନାପ୍ରାପ୍ତ ହୋଇଥାନ୍ତି ବୋଲି କିମ୍ବଦନ୍ତୀ ଅଛି । କାର୍ଯ୍ୟକ୍ରମ ସନ୍ଧ୍ୟାରେ ବିଶିଷ୍ଟ କୀର୍ତ୍ତନ ମଣ୍ଡଳୀ ଦ୍ୱାରା ଭଜନ କୀର୍ତ୍ତନ ଓ ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରାଯାଉଛି । ଆଜି ଅପରାହ୍ନରେ ପୂର୍ଣ୍ଣାହୂତି ହେବା ପରେ ନାରାୟଣଙ୍କର ପ୍ରତିମା ଉପରୁ ଆବରଣ ଖୋଲାଯାଇ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଉନ୍ମକ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂଯୋଜକ ଶ୍ରୀ ପରେଶ ନାୟକ, ବିଶିଷ୍ଟ ସାଧିକା ସାଧ୍ୱୀ କ୍ରିଷ୍ଣାନନ୍ଦ ସରସ୍ୱତୀ ଏବଂ ଶ୍ରୀ ହରିଶରଣ ବାବାଜୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ