ବିଶିନାହାକାଣୀ କାର୍ତ୍ତିକେଶ୍ୱର ମହୋତ୍ସବ ଉଦଯାପିତ
କଟକ, (ଯୁଗାବ୍ଦ ନ୍ୟୁଜ):କଟକର ଚୌଦ୍ବାର ବ୍ଲକ ଗରୁଡ଼ଗାଁ ପଞ୍ଚାୟତର ଐତିହାସିକ ବିଶିନାହାକାଣୀ କାର୍ତ୍ତିକେଶ୍ୱର ମହୋତ୍ସବ ଉଦଯାପିତ ହୋଇଯାଇଛି।ତିନିଦିନ ବ୍ୟାପି ବିଶିନାହାକାଣୀ ଯାତ୍ରା ପଡିଆରେ ହେଉଥିବା ଏହି ମହୋତ୍ସବରେ ଗୁରୁବାର ଶାନ୍ତି ଶୃଙ୍ଖଳାରେ ଭସାଣୀ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଯାତ୍ରା ଉତ୍ସବରେ ଭାଗ ନେଇ ଥିବା ସମସ୍ତ ପୂଜା ମଣ୍ଡପର ମେଢ଼ ମାଲିକଙ୍କୁ ଛନ୍ଦା ଭୋଗ, ଯାତ୍ରା କମିଟି ସଭ୍ୟ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଗରୁଡ଼ଗାଁ ସରପଞ୍ଚ ତଥା ଯାତ୍ରା କମିଟି ସଭାପତି ଦିପ୍ତିମୟୀ ବେହେରା, ମୁଖ୍ୟ ପରିଚାଳକ ଚିତ୍ତ ରଞ୍ଜନ ବେହେରା, ପରିଚାଳକ ସୁବୋଧ କୁମାର ସାମଲ, ସଫା ସରପଞ୍ଚ ତଥା ଉପଦେଷ୍ଟା ନିବାସ ଚନ୍ଦ୍ର ପାଣ୍ଡବ, ମଧୁ ସୁଦନ ବେହେରା, ହରମୋହନ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସନ୍ଧ୍ୟାରେ ଆୟୋଜିତ ଉଦଯାପନି ଉତ୍ସବରେ ବନ୍ଦନା କଳା ନିକେତନ ପକ୍ଷରୁ କୁନିକୁନି ଛାତ୍ର ଛାତ୍ରୀଙ୍କ ଦ୍ଵାରା ଆୟୋଜିତ ସାଂସ୍କୃତିକ ବେଶ୍ ଚିତାକର୍ଷକ ଥିଲା। ଟେଟ୍ରାହେଡ୍ରନ୍ ଶିକ୍ଷାନୁଷ୍ଠାନ ର ଅଧକ୍ଷ ତଥା ଶିକ୍ଷାବିତ୍ ତ୍ରିଦେବ୍ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସୁଚନା କେନ୍ଦ୍ର ପରିଚାଳକ ତଥା ରାଷ୍ଟ୍ରପତି ପୁରସ୍କାପ୍ରାପ୍ତ ଯୁବ ସମାଜସେବୀ ଗଙ୍ଗାଧର ବେହେରା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ପ୍ରିତିରଞ୍ଜନ ବେହେରା ଧନ୍ୟବାଦ୍ ଦେଇଥିଲେ। ମହୋତ୍ସବରେ ମୀନା ବଜାର ସହିତ ବିଭିନ୍ନ ଚଟପଟି ଖାଦ୍ୟ ଷ୍ଟଲ୍ ଓ ଦୋଳି ପଡିଆରେ ପ୍ରତିଦିନ ହଜାର ହଜାର ଦର୍ଶକ ରୁଣ୍ଡ ହୋଇଥିବା ବେଳେ ଟାଙ୍ଗୀ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା।