ବିଶିପୁର ପାହାଡ଼କୁ ଯାତ୍ରା ଦେଖିବାକୁ ଯାଇ ପାହାଡରୁ ଖସିପଡ଼ି ଯୁବକଙ୍କ ମୃତ୍ୟୁ

କରଞ୍ଜିଆ,( ଜିତେନ୍ଦ୍ର ରାଜ):କରଞ୍ଜିଆବ୍ଲକ ଅନ୍ତର୍ଗତ ସୁନାପୋଷି ବିଶିପୁର ପାହାଡ଼ ତଳୁ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୂତ ଯୁବକ ଜଣକ ହେଉଛନ୍ତି କେନ୍ଦୁଝର ସଦର ଥାଳା ଅନ୍ତର୍ଗତ ଦୀପାସାହିର ଶିବ ନାଏକ ସୂଚନା ଅନୁଯାୟୀ, ବିଶିପୁର ପାହାଡ଼ ଅଠରଦେଉଳ ପୀଠରେ କୁମାର ପୂର୍ଣମୀ ଦିନ ମା ସାହାଡ଼ାସୁନ୍ଦରୀଙ୍କ ବାର୍ଷିକ ପୂଜା କୁମାର ପୂର୍ଣ୍ଣିମୀ ମେଳା ଦେଖିବକୁ ଶିବ ନାଏକ (୨0) ଭଉଣୀ ଘର ରୋଡଙ୍ଗ କୁବୁଲିବାକୁ ଆସିଥିଲେ। ବିଶିପୁରସ୍ଥିତ ସୁନାପୋଷିକୁ ଯାଇ ଘରକୁ ଫେରି ନଥିଲେ କୌଣସି କାରଣରୁ ଶିବ ପାହାଡ଼ ଉପରୁ ଖସିପଡ଼ି ମୃତ୍ୟୁ ହୋଇଥିଲା ପରିବାର ଲୋକେ ଦୁଇଦିନ ଧରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନଥିଲେ | ଗତକାଲି ପାହାଡ଼ ତଳେ ଏକ ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ । କରଞ୍ଜିଆ ପୁଲିମ ଘଟଣାସ୍ଥଳରେ ପହଞ୍ଚି କରଞ୍ଜିଆ ଅଗ୍ନିଶମ ବିଭାଗ ସହାୟତା ରେ ଶିବଙ୍କ ମରଶରୀର ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ