ବିଶିମାତ୍ରୀର ହରଚଣ୍ଡୀ ମନ୍ଦିର କଳସ ସ୍ଥାପନା ପରେ ହୁଏ ଷୋଳ ପୂଜା

ନିମାପଡ଼ା, (ସନ୍ତୋଷ କୁମାର ଦାଶ) : ନିମାପଡ଼ା ବ୍ଲକର ବିଶିମାତ୍ରୀ ଗ୍ରାମରେ ପୂଜା ପାଉଛନ୍ତି ମା ହରଚଣ୍ଡୀ। ମା ଙ୍କ ମନ୍ଦିର ଟି ଭଦ୍ରେଶ୍ଵର ଶମ୍ଭୁ ( ହର) ମନ୍ଦିର ର ଉତ୍ତର ପାଶ୍ଵ ରେ ଅବସ୍ଥିତ ହୋଇ ଥିବାରୁ ମା ଙ୍କ ନାଁ ହରଚଣ୍ଡି ବୋଲି କୁହାଯାଇଥାଏ। ତେବେ ଏହା କ୍ଲୋରାଇଟ ପଥର ରେ ନିର୍ମିତ ମନସା ଦେବୀ ଙ୍କ ଏକ ଚତୁଃଭୁଜା ପ୍ରତିମୂର୍ତ୍ତି ଓ ଏହା ସୋମବଂଶୀ ଶାସନ ସମୟ ( ୯ ମ ରୁ ୧୦ ମ) ର ବୋଲି ଐତିହାସିକ ସ୍ୱର୍ଗତ ଶ୍ୟାମ ସୁନ୍ଦର ତ୍ରିପାଠୀ ତାଙ୍କଗବେଷଣାତ୍ମକ ଗ୍ରନ୍ଥ “ବୁଦ୍ଧିଜୀମ ଆଣ୍ଡ ଅଦର ରିଲିଜିଅସ କଲ୍ଟ ଅଫ ସାଉଥ ଇଷ୍ଟ ଇଣ୍ଡିଆ “ରେ ପ୍ରକାଶ କରିଛନ୍ତି।ମନ୍ଦିର ର ପୂଜକ ରୁଦ୍ର ନାରାୟଣ ପଣ୍ଡା ଙ୍କ ସୁଚନା ଅନୁସାରେ ଆଶ୍ୱିନ ମାସ ମୂଳାଷ୍ଟମୀ ତିଥି ରେ ମା ଙ୍କ ସ୍ନାନ,ମାର୍ଜଣା ନୀତି ଅନୁଷ୍ଠିତ ହେବା ସହିତ ମନ୍ଦିର ଗର୍ଭ ଗୃହ ରେ ପୁର୍ଣ୍ଣ କୁମ୍ଭ ସ୍ଥାପନା କରାଯାଇଥାଏ। ଏହି ପୁର୍ଣ୍ଣ କୁମ୍ଭ ମା ଙ୍କ ମନ୍ଦିର ଗର୍ଭ ଗୃହ ରେ ସ୍ଥାପନା ହେବା ପରେ ଷୋଳ ପୂଜା ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ଶକ୍ତି ପୀଠ ମାନଙ୍କରେ ପାର୍ବଣ ପୂଜା ରେ ଆମିଷ ଭୋଗ ଲାଗି ହେବା ପରମ୍ପରା ରହିଥିବା ବେଳେ ଏଠାରେ ମା ଙ୍କ ମନ୍ଦିର ଟି ଶିବ ଶମ୍ଭୁ ଙ୍କ ମନ୍ଦିର ର ଅତି ନିକଟରେ ଥିବାରୁ ଷୋଳପୂଜା ର ପ୍ରତିଦିନ ଏଠାରେ
ମା ଙ୍କୁ ନିରାମିଷ ଭୋଗ ଲାଗି ହୋଇଥାଏ ବୋଲି ପୂଜକ ମାନେ ପ୍ରକାଶ କରିଛନ୍ତି। ଗ୍ରାମ ର ୨୬ ସେବକ ପରିବାର ପାଳି ରେ ମା ଙ୍କ ନିକଟରେ ପାର୍ବଣ ଭୋଗ ଲାଗି କରିଥାନ୍ତି। ପ୍ରତିଦିନ ମା ଙ୍କ ପାଖରେ ସପ୍ତସତୀ ଚଣ୍ଡୀ ପାଠ ଅନୁଷ୍ଠିତ ହୋଇଥାଏ।ମହାଷ୍ଟମୀ ଦିନ ମନ୍ଦିର ରେ ହୋମ କରାଯାଇ ବେଲପତ୍ର ଆହୁତି ଦିଆ ଯାଇଥାଏ ଓ ସମୂହ ଗ୍ରାମବାସୀ ଙ୍କ ପକ୍ଷରୁ ଜନ୍ତାଳ ଭୋଜି ଅନୁଷ୍ଠିତ ହୋଇଥାଏ। ଦଶହରା/ ବିଜୟା ଦଶମୀ ଦିନ ମା ଙ୍କୁ ଏକ ଶୋଭାଯାତ୍ରା ରେ ନିଆଯାଇ ମନ୍ଦିର ର ପଶ୍ଚିମ ପାଶ୍ଵ ରେ ଥିବା ଦଶହରା ମଣ୍ଡପ ରେ ବିଜେ କରା ଯାଇଥାଏ। ସେଠାରେ ଗ୍ରାମବାସୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ମାଙ୍କ ନିକଟରେ ବିଭିନ୍ନ ପ୍ରକାର ର ପିଠା ପଣା, ଫଳ,ମୂଳ ଭୋଗ ଲାଗି କରିଥାନ୍ତି। ବିଳମ୍ବିତ ରାତିରେ ମା ଙ୍କୁ ଶୋଭାଯାତ୍ରା ରେ ଅଣାଯାଇ ମନ୍ଦିର ରେ ପ୍ରବେଶ କରାଯିବା ପରେ ମନ୍ଦିର ର ଗର୍ଭ ଗୃହ ରେ ସ୍ଥାପନା ହୋଇଥିବା ପୁର୍ଣ୍ଣ କଳସ କୁ ମନ୍ଦିର ପୁଷ୍କରିଣୀ ରେ ବିସର୍ଜନ କରା ଯାଇଥାଏ।ଶେଷ ହୋଇଥାଏ ଆଶ୍ୱିନ ମାସ ମୂଳାଷ୍ଟମୀ ତିଥି ଠାରୁ ଆରମ୍ଭ ହୋଇ ଥିବା ମା ହରଚଣ୍ଡୀ ଙ୍କ ଶାରଦୀୟ ପାର୍ବଣ ପୂଜା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ