ବିଶିଷ୍ଟ ଅଧ୍ୟାତ୍ମିକ ଗୁରୁଜୀଙ୍କ ଛତ୍ରପୁର ପରିଦର୍ଶନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : କାଞ୍ଚି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଛତ୍ରପୁର ଶଙ୍କରାଚାର୍ଯ୍ୟ ମଠକୁ ସୋମବାର ପୂର୍ବାହ୍ନରେ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁଜୀ ତଥା ମହାନ୍ ପ୍ରବଚକ ତ୍ୟାଗି କୋଟେଶ୍ୱର ରାଓ ପରିଦର୍ଶନ କରିଛନ୍ତି । ପ୍ରଥମ ଥର କରି ଓଡିଶା ତଥା ଛତ୍ରପୁର ସହରକୁ ଗୁରୁଜୀଙ୍କ ପ୍ରଦାର୍ପଣ ନେଇ ଗୁରୁଜୀଙ୍କ କୃପା ତଥା ଆର୍ଶିବାଦବାଚନ ସକାଶେ ବିଭିନ୍ନ ବର୍ଗର ଭକ୍ତମାନଙ୍କ ଭିଡ ଜମିଥିଲା । ଗୁରୁଜୀ ଶ୍ରୀ ରାଓ ଶଙ୍କର ମଠରେ ବିରାଜମାନ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ପୂଜା ଅର୍ଚନା କରିବା ସହ ସେଠାରେ ଉପସ୍ଥିତ ଭକ୍ତମାନଙ୍କୁ ଭକ୍ତି ସ୍ୱରୂପ ପ୍ରବଚନ ପ୍ରଦାନ କରିଥିଲେ । ଗୁରୁଜୀଙ୍କୁ ମହିଳା ଭକ୍ତ ଗୋଷ୍ଠୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନର ଭକ୍ତମାନଙ୍କ ତରଫରୁ ସମ୍ବର୍ଧନା ଜ୍ଞାପନ ଭକ୍ତି ପ୍ରଦାନ କରାଯାଇଥିଲା । ଗୁରୁଜୀ ଶ୍ରୀ ରାଓଙ୍କ ସନାତନ ଧର୍ମର ପ୍ରବଚନର ବାର୍ତା ୧୪୨ ଟି ଦେଶରେ ପ୍ରସାରିତ ହେଉଥିବା ବେଳେ କାଞ୍ଚି ଶଙ୍କରାଚାର୍ଯ୍ୟ ଅନୁଷ୍ଠାନର ପ୍ରଶାସନିକ ପ୍ରବଚକ ଏବଂ ତିରୁପତି ଦେବସ୍ଥାନରେ ପ୍ରବଚନ ପ୍ରସାରିତ କରି ବହୁ ପ୍ରସିଦ୍ଧତା ଅର୍ଜନ କରିଛନ୍ତି । ତାଙ୍କରି ଛତ୍ରପୁର ଆଗମନରେ ଛତ୍ରପୁର ଠାରେ ଟି.ଭେଙ୍କେଟା କିଷ୍ଣେୟା, ଆଇନଜିବୀ ବି.ଶ୍ରୀନିବାସ ରାଓ, ପି.ସୁରିୟା ପ୍ରଦାସ, ଭି.ତ୍ରିନାଥ ରାଓ, କେ.ରାମବାବୁ, ଜେ.ହରିଗୋପାଲ ଶାସ୍ତ୍ରୀ, ଭି.ଏସ୍.ଆର. ମୂର୍ତ୍ତୀ, କେ.ଶ୍ରୀନିବାସ , ବିଶିଷ୍ଟ ଜ୍ୟୋର୍ତିବିଦ୍ ଡ.ପ୍ରମୋଦ ପାତ୍ର, ଛତ୍ରପୁର ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡି, କେ.ବାସୁଦେବ ରାଓ, ପି.ସତ୍ୟନାରାୟଣ, ଏସ୍.ପ୍ରଭାକର ରାଓଙ୍କ ସମେତ ସହରର ବୁହମାନ୍ୟଗଣ୍ୟ ବ୍ୟକ୍ତି ଶଙ୍କର ମଠ ଠାରେ ଉପସ୍ଥିତ ରହି ଗୁରୁଜୀ ଶ୍ରୀ ରାଓଙ୍କ ଆର୍ଶିବାଦ ଲାଭ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ