ବିଶିଷ୍ଟ କଂଗ୍ରେସ ନେତା ଅନିଲ ମହାନ୍ତି ଆରପାରିରେ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ବିଶିଷ୍ଟ କଂଗ୍ରେସ ନେତା ଅନିଲ ମହାନ୍ତି(୫୪) (ଲଙ୍ଗି ଭାଇ)ଙ୍କ ଆଜି ଦିବା ୧୨.୨୫ ମିନିଟରେ ବାରିପଦାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି ।ସେ ଦିର୍ଘ ଦିନ ହେଲା ମଧୁମେହ ରୋଗରେ ପିଡୀତ ଥିଲେ ।ସେ ଆଜୀବନ ଜଣେ କଂଗ୍ରେସ ଦଳର ଶୃଙ୍ଖଳିତ ସୈନିକ ଥିଲେ । ସମାଜସେବା, ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହିତ , ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ସେ ଜଣେ ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ତାଙ୍କର ବଡ଼ଭାଇ ସମାଜସେବୀ ମନୋରଞ୍ଜନ ମହାନ୍ତି, ଭାଉଜ ଅବସରପ୍ରାପ୍ତ ଡାକ୍ତର ମାଣିକେଶ୍ବରୀ,ମଝିଆ ଭାଇ ଧରିତ୍ରୀ ସାମ୍ବାଦିକ ମାନସ ରଂଜନ ମହାନ୍ତି, ସାନଭାଇ ଜ୍ଞାନ ରଂଜନ ମହାନ୍ତି, ଭଉଣୀମାନେ, ଝିଆରୀ ଶ୍ରୀ ଶ୍ରୀ ରବିଶଙ୍କର ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଶାସିକା ଡଃ ବିଜୟା ମହାନ୍ତି, ତାଙ୍କର ସ୍ତ୍ରୀ ଓ ଦୁଇ ଇଞ୍ଜିନିୟରିଂ ପୁଅ, ପୁତୁରା ଏବଂ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି, ପୂର୍ବତନ ସଭାପତି ଜୀମୂତକାନ୍ତି କବିଙ୍କ ସମେତ ରାଇରଙ୍ଗପୁର ଅଂଚଳର ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ଗଣମାଧ୍ୟମ ପ୍ରତିନିଧି,ଶୁଭେଛୁ,ଆତ୍ମୀୟ ପରିଜନ ତାଙ୍କ ରାଇରଙ୍ଗପୁର ବାସଭବନରେ ଶେଷ ଦର୍ଶନ ଦେଇ ତାଙ୍କର ଅମର ଆତ୍ମାର ସଦଗତି ହେଉ ବୋଲି ପ୍ରାର୍ଥନା କରିବା ସହ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କର ମୃତ୍ୟୁରେ ରାଇରଙ୍ଗପୁରରେ ଶୋକରେ ଛାୟା ଖେଳିଯାଇଛି । ରାଇରଙ୍ଗପୁର ଶ୍ମଶାନ ଘାଟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ