ବିଶିଷ୍ଟ କଣ୍ଠଶିଳ୍ପୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଉତ୍କଳ ହିତେଇସିନୀ ସମାଜ ପାରଳାଖେମୁଣ୍ଡି, ଆନୁକୂଲ୍ୟରେ ସ୍ଥାନୀୟ ବସନ୍ତବିହାର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ବାସଗୃହ ପ୍ରାଙ୍ଗଣରେ କୋକିଳା କଣ୍ଠି ପୁଷ୍ପାବେଣୀ ପଟନାୟକଙ୍କ ବିୟୋଗରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇସାରିଛି। ଜଣେ ଶିକ୍ଷୟିତ୍ରୀ ଥିଲେ ମଧ୍ୟ ତାଙ୍କର ଜୀବନ ବା ଆତ୍ମା ଥିଲା ସଂଗୀତ ।ଶିକ୍ଷା ପେଷା ହେଲେବି ନିଶା ଥିଲା ତାଙ୍କର ସଂଗୀତ।ଅର୍ଦ୍ଧ ଶକାଦ୍ୱିର ଜଣେ ଶ୍ରେଷ୍ଟ ସଂଗୀତ ସାଧୀକା ଭାବେ ବେଶ ଜଣାଶୁଣା ମହିଳା କଣ୍ଠ ଶିଳ୍ପୀ ଥିଲେ। ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷ ତା ରେ ଅନୁଷ୍ଠିତ ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳି ସଭାରେ ଶରତ ଚନ୍ଦ୍ର ସାହୁ,ଆଶାଲତା ପାଣିଗ୍ରାହୀ,ବିନୋନ୍ଦଚନ୍ଦ୍ର ଜେନା,ବିଚିତ୍ରାନନ୍ଦ ବେବର୍ତ୍ତା,ଗଣେଶ ରାଜୁ,ଭାଗବତ ପାଢ଼ୀ, ଜଗଦୀଶ ମହାପାତ୍ର,କୈଳାଶ ପଟ୍ଟନାୟକ, ମୁନା ପାଢ଼ୀ,ତ୍ରିପତି ପ୍ରସାଦ ପଣ୍ଡା, ପୂର୍ଣ ଚନ୍ଦ୍ର ରଥ,ନିତ୍ୟାନନ୍ଦ ଚୌଧୁରୀ,ସଚ୍ଚିଦା ନନ୍ଦ ସାମଲ ପ୍ରଭୃତି ଯୋଗଦାନ କରି ଦିବଂଗତ ପୁଷ୍ପାଦିଦିଙ୍କ ବହୁମୁଖୀ ପ୍ରତିଭା ଆଲୋଚନା କରାଯାଇଥିଲା।