ବିଶିଷ୍ଟ କୃଷକ ତଥା କମ୍ୟୁନିଷ୍ଟ ନେତା ହଳଧର ବିଶ୍ୱାଳଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡା:ବିଶିଷ୍ଟ କୃଷକ ତଥା କମ୍ୟୁନିଷ୍ଟ ନେତା ହଳଧର ବିଶ୍ୱାଳଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ପାଇଛି । ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ପାଟକୁରା ଗ୍ରାମ ପଂଚାୟତର ସିଂଘିଟିଆ ଗ୍ରାମର ବିଶିଷ୍ଟ କୃଷକ ତଥା କମ୍ୟୁନିଷ୍ଟ ନେତା ପ୍ରୟାତ ସାଥି ହଳଧର ବିଶ୍ୱାଳଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଛି । ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଯେଭଳି ଆତଙ୍କ ଦେଖାଦେଇଥିବାରୁ ସେଥିପ୍ରତି ସମସ୍ତେ ସଚେତନ ରହି ସରକାରଙ୍କ ନିଷ୍ପତିକୁ କାର୍ଯ୍ୟକାରୀ କରିବାକୁ ନିବେଦନ କରାଯାଇଛି । ଓଡିଶା ଚାଷୀ ଆନ୍ଦୋଳନର ଅନ୍ୟତମ ସଂଗ୍ରାମୀ ତଥା ଏହି ଜିଲ୍ଲାର ବିଲିସୁଆଁ ଠାରେ ୧୯୭୪ମସିହାରେ ସଂଗଠିତ ଐତିହାସିକ ଚାଷୀ ଆନ୍ଦୋଳନରେ ସୂର୍ଗତ ବିଶ୍ୱାଳଙ୍କ ଅବଦାନ, ନିଜ ଅଚଂଳରେ ଚାଷୀମାନଙ୍କୁ ସଂଗଠିତ କରି ଅନେକ ଲଢେଇ କରିଥିବା ସୂର୍ଗତ ବିଶ୍ୱାଳଙ୍କୁ ଏ ଜିଲ୍ଲାର ଲୋକମାନେ ସବୁଦିନ ମନେରଖିବେ ଓ ତାଙ୍କରି ଆଦର୍ଶରତେ ଆଜିର ଯୁବ ସମାଜ ଅନୁପ୍ରାଣିତ ହେବାକୁ ସାଥି ନିରଞ୍ଜନ ଷଡଙ୍ଗୀ, ସିପିଆଇ ଜିଲ୍ଲା ସାଧାରଣ ସମ୍ପାଦକ ତଥା ଆଇନଜୀବି ରମଣୀରଞ୍ଜନ ରାଉତରାୟ, ଉଦୟନାଥ ଚୈାଧୁରୀ, ସିପିଆଇ ଜୋନ ସମ୍ପାଦକ ବିକାଶ ଚନ୍ଦ୍ର ବେଉରା, ସିତାକାନ୍ତ ନାୟକ, ସାମ୍ବାଦିକ ଧିରେନ କୁମାର ମହାପାତ୍ର, ଯୁବ ସମାଜସେବୀ ପ୍ରଦୀପ କୁମାର ରାଉତ, ଦିଲ୍ଲିପ କୁମାର ରାଉତ, ଗଗନ ବିହାରୀ ରାଉତ, ଯୁବନେତା ପ୍ରଶାନ୍ତ କୁମାର ରାୟ, ଶୁଭଶ୍ରୀ ବାରିକ, ଦିପ୍ତିମୟୀ ରାୟ, କୋଲର ସରପଂଚ ରବିନ୍ଦ୍ର ନାଥ ପରିଜା, କୈଳାସ ଚନ୍ଦ୍ର ବାରିକ, ଶଲିଳାବାଳା ବାରିକ, ରବିନ୍ଦ୍ର ନାଥ ରାଉତ, ନିରଞ୍ଜନ ରାଉତ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ