ବିଶିଷ୍ଟ କ୍ରୀଡାବିତ ନାଟ୍ୟ ନିର୍ଦ୍ଧେଶକ ତଥା ବିଜେପି ନେତା ବି.ସୁବାଷ ଚନ୍ଦ୍ର ପାତ୍ରଙ୍କ ଦେହାନ୍ତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଅଞ୍ଚଳର ପୂର୍ବତନ କ୍ରୀଡାବିତ, ନାଟ୍ୟ ନିର୍ଦ୍ଦେଶକ, ବରିଷ୍ଠ ବିଜେପି ନେତା, ତଥା ବାଲିଗୁଡା ଉପଖଣ୍ଡ କ୍ରୀଡା ସଂଘର ଉପଦେଷ୍ଟା ବି.ସୁବାଷ ଚନ୍ଦ୍ର ପାତ୍ର (ବାବୁଲି ଆନା) ଙ୍କ କୋଭିଡ ହସପିଟାଲରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁରେ ସମଗ୍ର ବାଲିଗୁଡା ଉପଖଣ୍ଡରେ ଶୋକର ଛାୟା ଖେଳି ଯାଇଛି। ଗତ କିଛି ଦିନ ହେବ ସେ ଶରୀର ଅସୁସ୍ଥତା ଯୋଗୁଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାପରେ ତାଙ୍କର କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ଏକମାତ୍ର ପୁଅ ବି.ଶ୍ରୀକାନ୍ତ ଓ ପରିବାରର ଅନ୍ୟମାନେ ଭୁବନେଶ୍ୱରରେ ପହଁଚିବା ପରେ ତାଙ୍କର ଉପସ୍ଥିତିରେ ଶେଷକୃତ ସଂପର୍ଣ୍ଣ କରାଯାଇଥିଲା। ସ୍ୱର୍ଗତ ବି.ସୁବାଷ ଚନ୍ଦ୍ର ପାତ୍ରଙ୍କୁ ଲୋକେ ସ୍ନେହରେ ବାବୁଲୀ ଆନ୍ନା ବୋଲି ଡାକୁଥିଲେ ଓ ସେ ଜଣେ ମେଳାପି ଥିଲେ। ସ୍ୱର୍ଗତ ପାତ୍ର ବହୁଦିନ ଧରି ବାଲିଗୁଡାର ଉପଖଣ୍ଡ କ୍ରୀଡା ସଂଘର ଉପଦେଷ୍ଟା ରହିଆସିଥିଲେ। ସଂଘ ତଥା କଳାକାର ସଂଘ, ବାଲିଗୁଡା ବିଜେପି ପରିବାର ଓ ଅନ୍ୟ ସଂଗଠନମାନେ ବି ଗଭୀର ଶୋକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ