ବିଶିଷ୍ଟ ଦାସକାଠିଆ ଗାୟକଙ୍କ ପରଲୋକ
କୋଦଳା :(ଗୁଲସନ୍ କୁମାର କର) ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୀର ଜଗନ୍ନାଥପୁର ଗ୍ରାମର ବିଶିଷ୍ଟ ଦାସକାଠିଆ ଗାୟକ ଭାଗିରଥି ରଥଙ୍କ ୫୬ ବର୍ଷ ବୟସରେ ରବିବାର ଦିନ ପରଲୋକ ହୋଇଯାଇଛି। ଶ୍ରୀ ରଥ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଦାସକାଠିଆ ଗାୟକ ଭାବେ ବିଭିନ୍ନ ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଗୁଡିକରେ ଦାସକାଠିଆ ପରିବେଷଣ କରିବା ସହ ବିଷୟବସ୍ତୁ ଗୁଡିକର ରଚନା ଓ ଉପସ୍ଥାପନ ପାଇଁ ସେ ଜଣେ ଆଗଧାଡିର ଦାସକାଠିଆ ଗାୟକ ଭାବେ ଖ୍ୟାତି ସମ୍ପନ୍ନ ଥିଲେ। ରବିବାର ରାତି ୧୧ଟା ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ରାସ୍ତାରେ ତାଙ୍କର ଶ୍ବାସ କ୍ରିୟା ବନ୍ଦ ହୋଇଯାଇଥିଲା। ତାଙ୍କର ଏହି ମୃତ୍ୟୁରେ ବିଭିନ୍ନ କଳାକାର ଅନୁଷ୍ଠାନ ସମେତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


