ବିଶିଷ୍ଟ ଦୁଇଜଣ କବିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ବିଶିଷ୍ଟ କବି ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ଓ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଉତ୍କଳ ହିତୈଷିଣୀ ସମାଜ ଆନୁକୂଲ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ସଭାରେ ସଭାପତି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଯୁଗ୍ମ ସମ୍ପାଦକ ବିନୋଦ ଚନ୍ଦ୍ର ଜେନାଙ୍କ ପରିଚାଳନାରେ ଡ. ବୃଷକେତୁ ଦାଶ ଏବଂ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ମଞ୍ଚାସୀନ ଥିଲେ । ଉଭୟେ ଥିଲେ ବରେଣ୍ୟ, ଯଶସ୍ୱୀ କବି, ସମାଲୋଚକ ଏବଂ ଓଡିଶା ଓ ଓଡିଆ ସାରସ୍ୱତ ଜଗତର ଅମ୍ଳାନ ପ୍ରତିରାଧିର କାଳଜୟୀ ମହାପୁରୁଷ । ଦକ୍ଷିଣାଞ୍ଚଳରେ ଏ ଦୁହେଁ ଜନ୍ମ ନେଇ ଥିଲେ । ଗୋଟିଏ ଦିନ ବ୍ୟବଧାନରେ ଏ ଦୁହେଁ ପାର୍ଥିବ ଜଗତରୁ ବିଦାୟ ନେଇ ଯିବା ସମସ୍ତଙ୍କୁ ବ୍ୟଥିତ କରିଛି ବୋଲି ଆଲୋଚନା କରିଥିଲେ । ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡ. କଲ୍ୟାଣୀ ମିଶ୍ର, ଭାଗବତ ପାଢୀ, ମୂରଲୀଧର ପରିଚ୍ଛା, ଲିଙ୍ଗରାଜ ଦାଶ, ରବି ଚନ୍ଦ୍ର ପାଢୀ, ଶରତ କୁମାର ସାହୁ, ମୀନା କୁମାରୀ ଟହଲ, କ୍ୟାପଟେନ୍ ମଲ୍ଲିକାର୍ଜୁନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ