ବିଶିଷ୍ଟ ନାଗରିକ ସମ୍ମିଳନୀରେ ଯୋଗଦେବେ ପରମ ପୂଜନୀୟ ସରସଂଘଚାଳକ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସମିତି ଅଖିଳ ଭାରତୀୟ କାର୍ଯ୍ୟକାରି ମଣ୍ଡଳ ବୈଠକ ଚଳିତ ବର୍ଷ ଭୂବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ପରିସର-୨ରେ ଅନୁଷ୍ଠିତ ହେବ । ଏହି ବୈଠକରେ ସଂଘର ପରମ ପୂଜନୀୟ ସରସଂଘଚାଳକ ମାନନୀୟ ଡ଼. ମୋହନରାଓ ଭାଗବତ୍‌ଜୀ ଏବଂ ମାନନୀୟ ସରକାର୍ଯ୍ୟବାହ ଶ୍ରୀ ଭୈୟାଜୀ ଯୋଶୀ ଉପସ୍ଥିତ ରହିବେ । ଦେଶର ସମସ୍ତ ପ୍ରାନ୍ତୀୟ ସ୍ତରର ମାନନୀୟ ପ୍ରାନ୍ତ ସଂଘଚାଳକ, ମାନନୀୟ ପ୍ରାନ୍ତ କାର୍ଯ୍ୟବାହ, ମାନନୀୟ ପ୍ରାନ୍ତ ପ୍ରଚାରକ ସମେତ ୩୮୦ ଜଣ କାର୍ଯ୍ୟକର୍ତ୍ତା ଅପେଖିତ ଅଛନ୍ତି । ଓଡିଶା ପ୍ରାନ୍ତରେ ପ୍ରଥମଥର କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଏହି ଭଳି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ଆସନ୍ତା ଅକ୍ଟୋବର ୧୨ ତାରିଖ ସଂଧ୍ୟା ୬.୩୦ ମିନିଟ ସମୟରେ ଭୂବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ପରିସର-୨ରେ ବିଶିଷ୍ଟ ନାଗରିକମାନଙ୍କର ଏକ ସମ୍ମିଳନୀର ଆୟୋଜନ କରାଯାଇଛି । ଏହି ସମ୍ମିଳନୀକୁ ସଂଘର ପରମ ପୂଜନୀୟ ସଂରସଂଘଚାଳକ ଡକ୍ଟର ମୋହନରାଓ ଭାଗବତ ସମ୍ବୋଧନ କରିିବେ । ମହାନଗର ସଂଘଚାଳକ ମାନନୀୟ ଡ.ବସନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ ସଂଘଚାଳକ ମାନନୀୟ ସମୀର କୁମାର ମହାନ୍ତି ମଧ୍ୟ ଉପସ୍ଥିତ ରହିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ