ବିଶିଷ୍ଟ ନାଟ୍ୟ ନିର୍ଦେଶକ ସୁରେଶ ବରାଳଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ବନ୍ତଳା ପଞ୍ଚାୟତର କୁଶିଦା ଗ୍ରାମରେ ଜନ୍ମିତ ଓଟିଏମର ପୂର୍ବତନ ମେକାନିକାଲ ଜାବର ତଥା ବିଶିଷ୍ଟ ନାଟ୍ୟ ନିର୍ଦେଶକ ସୁରେଶ ଚନ୍ଦ୍ର ବରାଳଙ୍କ ୮୫ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଏକାଧାରରେ ଜଣେ ମେଳାପି, ମିଷ୍ଟଭାଷି, କଳାକାର ଓ ନାଟ୍ୟ ନିର୍ଦେଶକ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏଥିରେ ଦୁଃଖ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସ୍ୱର୍ଗତ ବରାଳଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପାଟକୁରା ବିଜେପି ଯୁବ ନେତା କ୍ଷିତିଶ ଚନ୍ଦ୍ର ଦାଶ, ବନ୍ତଳା ସରପଞ୍ଚ ଙ୍କ ପ୍ରତିନିଧି ରମେଶ ଚନ୍ଦ୍ର ସାହୁ, ତଳକୁସୁମା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଶୋକ ଜେନା, ଯୁବ ସମାଜସେବୀ ସନ୍ତୋଷ କୁମାର ରାଉତରାୟ, ସାମ୍ବାଦିକ ଅରୁଣ ମହାପାତ୍ର, ପ୍ରଭାସ ରଞ୍ଜନ ସାହୁ ପ୍ରମୁଖ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥରଲେ । ଗ୍ରାମ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ପବିତ୍ର ବରାଳ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ