ବିଶିଷ୍ଟ ପଣ୍ଡିତଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଆଗରପଡା ଅଞ୍ଚଳର ବିଶିଷ୍ଟ ପଣ୍ଡିତ, ପୂଜକ, ସମାଜସେବୀ ତଥା ନରାଜପୁର ଗ୍ରାମର ପଦ୍ମନାଭ ପାଣିଗ୍ରାହୀ(୬୪)ଙ୍କ ପରଲୋକ ଘଟିଛି । ସେ ଅସୁସ୍ଥ ହୋଇ କିମ୍ସ ହସପିଟାଲରେ ଚିକିତ୍ସାଧିନ ଥିଲେ । ସେ ଜଣେ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ, ଅନୁଷ୍ଠାନପ୍ରେମୀ, ସଂଗଠକ, ଧର୍ମପରାୟଣ ବ୍ୟକ୍ତି ଥିଲେ । ସେ ଗତ ୨୦୦୦ରୁ ୨୦୦୫ ମସିହା ପର୍ଯ୍ୟନ୍ତ ପଞ୍ଚାୟତ ପ୍ରତିନିଧି ଭାବେ ନିର୍ବାଚିତ ହୋଇ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ । ମୃତ୍ୟୁ ଖବର ପାଇ ସରପଞ୍ଚ କ୍ରିଷ୍ଣା ମହାନ୍ତି, ବିଷ୍ଣୁ ମୋହନ ଜେନା, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ପୂର୍ବତନ ସରପଞ୍ଚ ରବି ନାରାୟଣ ମହାନ୍ତି, ଡାକ୍ତର ପଦ୍ମଲୋଚନ ଶତପଥୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମର ଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଅନ୍ତିମ ସତ୍କାର କରାଯାଇଥିଲା । ପୁତ୍ର ରଶ୍ମିରଞ୍ଜନ ମୁଖାଗ୍ନି ଦେଇଥିଲେ । ସାନଭାଇ ରବିନ୍ଦ୍ର ପାଣିଗ୍ରାହୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନ୍ତ୍ୟେଷ୍ଟିକ୍ରିୟା ସମାପନ ହୋଇଥିଲା । ତାଙ୍କ ବିୟୋଗରେ ଲୋକଶକ୍ତିର ସଂପାଦକ ରବିନ୍ଦ୍ର ରାୟ, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା, ବରିଷ୍ଠ ନେତା ଦେବେନ୍ଦ୍ର ତ୍ରିପାଠୀ, ସୁଧାଂଶୁ ନାୟକ, ରେବତୀ ନାୟକ, ଶିକ୍ଷାବିତ୍ ପ୍ରଭାସ ବେଜ, ଗୋବିନ୍ଦ ଶତପଥୀ, ପତଞ୍ଜଳୀ କରଶର୍ମା, ଗୋପାଳକୃଷ୍ଣ ଦାସ, ସମାଜସେବୀ ନୃସିଂହ ମହାନ୍ତି ଶୋକ ପ୍ରକାଶ କରିଛନ୍ତି ।


