ବିଶିଷ୍ଟ ପରିବେଶବିତ୍ ମେଧା ପାଟେକରଙ୍କ ତିନିଦିନିଆ ଓଡ଼ିଶା ଗସ୍ତ
କଳାହାଣ୍ଡି, (ଚିତ୍ତରଞ୍ଜନ ବିଷି): ଦେଶର ବିଶିଷ୍ଠ ପରିବେଶବିତ୍ ତଥା ନର୍ମଦା ବଞ୍ଚାଅ ଆନ୍ଦୋଳନ ନେତ୍ରୀ ସୁଶ୍ରୀ ମେଧା ପାଟେକରଙ୍କ ଜୁନ ୫ ରୁ ୭ ତାରିଖ ତିନିଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଜୁନ ୫ ତାରିଖରେ ସେ ରାୟଗଡ଼ା, କଳାହାଣ୍ଡି ଜିଲାର ସିଜିମାଳି ସୁରକ୍ଷା ତଥା ମା’ ମାଟି ମାଳିର ସୁରକ୍ଷା ମଞ୍ଚ ଦ୍ୱାରା ଆୟୋଜିତ ସୁଙ୍ଗେରା ହାଟପଦାରେ ଅନୁଷ୍ଠିତ ସମାବେଶରେ ଉଦବୋଧନ ଦେବେ I ଜୁନ ୬ ତାରିଖରେ ଗଞ୍ଜାମ ଜିଲାରେ ଚାଲିଥିବା ଋଷିକୂଲ୍ୟା ନଦୀ ସୁରକ୍ଷା ଆନ୍ଦୋଳନ ପକ୍ଷରୁ ବ୍ରହ୍ମପୁର ସହରର ଶହୀଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲ ଠାରେ ଅପରାହ୍ନ ୪ ଘଣ୍ଟା ବେଳେ ତାଙ୍କର ବକ୍ତବ୍ୟ ରଖିବେ । ୬ ତାରିଖ ସକାଳେ ଋଷିକୂଲ୍ୟା ନଦୀ ପାର୍ଶ୍ଵରେ ପୋଟଲାମପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ଜୁନ ୭ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ଲୋକଶକ୍ତି ଅଭିଯାନ, ଦୟା ସୁରକ୍ଷା ଅଭିଯାନ, ଜଳବାୟୁ ନ୍ୟାୟ ଅଧ୍ୟୟନ କେନ୍ଦ୍ର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦବୋଧନ ଦେବେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚାଷୀ ନେତା ଲିଂଗରାଜ, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଯୋଗ ଦେବେ ।