ବିଶିଷ୍ଟ ବ୍ୟକ୍ତିତ୍ୱ ଜଗନ୍ନାଥ ଜୀଙ୍କ ୮୮ତମ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଅନ୍ୟତମ ବହୁମୁଖୀ ପ୍ରତିଭାଧାରୀ, ମଣିଷ ଅନୁରାଗୀ ତଥା ବିନୟୀ ବ୍ୟକ୍ତିତ୍ୱ ଜଗନ୍ନାଥ ଜୀଙ୍କ ୮୮ତମ ଜୟନ୍ତୀ ସଦର ବ୍ଳକ ରସାଳପୁର ସ୍ଥିତ ତାଙ୍କ ବାସଭବନରେ ପାଳିତ ହୋଇଯାଇଛି । ‘ବର୍ଷବର୍ଷର ପାଦଚିହ୍ନରେ ବାପାଙ୍କ ଜନ୍ମଦିନ’ ଶୀର୍ଷକ ସନ୍ଧ୍ୟା ମଞ୍ଚରେ ଜଗନ୍ନାଥଜୀ ଓ ତାଙ୍କ ସହଧର୍ମିଣୀ ଲକ୍ଷ୍ମୀପ୍ରିୟାଙ୍କ ସହ ବସି ଶୁଭେଚ୍ଛୁ ଅନସୂୟା ନାୟକ, ପ୍ରାକ୍ତନ ନୀଳଗିରି ବିଧାୟକ ପ୍ରଦୀପ୍ତ ପଣ୍ଡା, ସଦର ବିଧାୟକ ସ୍ୱରୂପ ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ, ବାଲେଶ୍ୱର ପୌର ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ, ପୌର ସଦସ୍ୟ ସେଖ ଆନ୍‌ୱାର, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ରସାଳପୁର ସରପଞ୍ଚ ହରିପଦ ବେହେରା, ପୂର୍ବତନ ସରପଞ୍ଚ ଅର୍ଜୁନ ପ୍ରସାଦ ଦାସ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ପରିବେଶବିତ ଅନିରୁଦ୍ଧ ଦାସ, କବି ସର୍ବେଶ୍ୱର ଦାସ, ଆଇନଜୀବୀ ଅର୍ଣ୍ଣବ ପଣ୍ଡା, ଶିବ ଜୀ, ଋତିକ୍ ଜୀ ପ୍ରମୁଖ ଶ୍ରୀ ଜୀଙ୍କ ନିରାମୟ ଜୀବନ କାମନା କରିଥିଲେ । ଜଗନ୍ନାଥ ଜୀ ନିଜ ଜୀବନକୁ ଅତି ପାଖରୁ ବାପା ସ୍ୱର୍ଗତ କରୁଣାକର ଜୀଙ୍କ ଉଦାର ସମାଜକଲ୍ୟାଣ କର୍ମ ଅନୁସରଣରେ ପ୍ରଭାବିତ ହୋଇ ସାରାଜୀବନ ନିଃସ୍ୱାର୍ଥପର ସେବାରେ ମନୋନିବେଶ କରିଥିଲେ । ନିଜ ଗାଁ’ରେ ସ୍କୁଲ୍‌-କଲେଜ୍ ଗଢ଼ିବାରେ ପ୍ରମୁଖ ଦାୟିତ୍ୱ ତୁଲାଇବା ସହ ନିଜେ ସେ ଅଞ୍ଚଳର ପିଲାମାନଙ୍କୁ ପାଠ ପଢ଼ାଇ ଆଦର୍ଶ ଜୀବନ ଗଢ଼ିତୋଳିବା ଧାରା ଏଯାଏଁ ଜାରି ରଖିଛନ୍ତି । ଗାଁ ପଞ୍ଚାୟତରେ ସରପଞ୍ଚ ହେବାଠୁ ବିଜେପି ରାଜ୍ୟ ସାଧାରଣ ସଂପାଦକ ଦାୟିତ୍ୱ ବେଶ୍ କିଛିବର୍ଷ ତୁଲାଇଥିଲେ ସେ । ଶ୍ରୀ ଜୀ ଏଇ ମାଟିର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଜ୍ଞାନର କିରଣକୁ ବିଛୁରିତ କରିବାରେ ଅଦ୍ୟାବଧି ବ୍ରତୀ ଅଛନ୍ତି ବୋଲି ଉପସ୍ଥିତ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ । ଡା. ଯଦୁନାଥ ମହାବିଦ୍ୟାଳୟର ଅଧ୍ୟାପକ ଓ ସହକାରୀବୃନ୍ଦ, ରସାଳପୁର ହାଇସ୍କୁଲ୍‌ର ଶିକ୍ଷକ-ଶିକ୍ଷୟିତ୍ରୀ, ରସାଳପୁର ମୁନିମେଳା କମିଟିର ସଦସ୍ୟବୃନ୍ଦ, ରସାଳପୁରର ତରୁଣ ପରିବେଶ କର୍ମୀ, ଟ୍ରୋଲର ମହାସଂଘର କାର୍ଯ୍ୟକର୍ତ୍ତା, ଖନ୍ତାପଡ଼ା ଲେବର ଏସୋସିଏସନ୍ କର୍ମୀବୃନ୍ଦ, ତାଳପଦା, ତୁଣ୍ଡରା, ଶ୍ରୀଜଙ୍ଗ, କୁଳିଗାଁ, ମହାରାଜପୁର, ସିନ୍ଧିଆ, ଓଲନ୍ଦା ସାରଗାଁ, ପରିଖି ଗ୍ରାମ, ଗ୍ରାମପଞ୍ଚାୟତର ପ୍ରତିନିଧିବୃନ୍ଦ ତଥା ପରିବାରର ପୁଅ-ଝିଅ, ପୁତ୍ରବଧୂ, ଭଣଜା ଏବଂ ନିଜ ସମସାମୟିକ ବନ୍ଧୁ-ପରିଜନମାନଙ୍କ ଗହଣରେ କେକ୍ କାଟିଥିଲେ । ଜୟନ୍ତୀ ସନ୍ଧ୍ୟାକୁ ଶ୍ରୀ ଜୀଙ୍କ ଭଣଜା କବି ଶ୍ରୀଦେବ ପୌରୋହିତ୍ୟ କରିଥିବା ବେଳେ ନାତୁଣୀ ଡାକ୍ତର ସୌମ୍ୟାଶ୍ରୀ ଜୀ ଉପସ୍ଥିତ ଜଗନ୍ନାଥପ୍ରେମୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଜଗନ୍ନାଥଜୀଙ୍କ ପୁତ୍ର ଅଶୋକ ଜୀ, ସରୋଜ ଜୀ, ବିନୋଦ ଜୀ, ଆଲୋକ ଜୀ ଏବଂ ପୁତ୍ରବଧୂ ବିନୋଦିନୀଜୀ, ସ୍ନାତିକା ଜୀ, ଶର୍ମିଲା ଜୀ, ଝିଅ ସରୋଜିନୀ ଜୀ, ମନ୍ଦାକିନୀ ଜୀ ତଥା ଅଭିଜିତ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ