ବିଶିଷ୍ଟ ବ୍ୟବସାୟୀଙ୍କ ହୃଦଘାତରେ ଦେହାନ୍ତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ହଜାରିବଗିଚା ଗ୍ରାମର ବିଶିଷ୍ଟ ବ୍ୟବସାୟୀ ଅମୂଲ୍ୟ ଚନ୍ଦ୍ର ଜେନାଙ୍କ ହୃଦଘାତରେ ଦେହାନ୍ତ ହୋଇଯାଇଛି । ସେ କେନ୍ଦ୍ରାପଡା ପୁରୁଣା ବସଷ୍ଟାଣ୍ଡରେ ଫଳ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ । ସେ ଜଣେ ପରୋପକାରୀ ଓ ନିର୍ଭୀକ ବ୍ୟକ୍ତି ଭାବରେ ଜଣାଶୁଣା । ସେ ସରକାରୀ ଓକିଲ ସଂଜୟ ଜେନାଙ୍କ ବଡ ଭାଇ । ତାଙ୍କ ବିୟୋଗ ଖବର ପାଇ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପୈାରାଧ୍ୟକ୍ଷା ସରିତା ସାହୁ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ରମଣୀ ରଞ୍ଜନ ରାଉତରାୟ, ବ୍ରଜ ସୁନ୍ଦର ରାଉତ, ମାନସ ରଞ୍ଜନ ଧଳ, ନିରଞ୍ଜନ ବଳ, ରଞ୍ଜନ କୁମାର ପଣ୍ଡା, ଧିରେନ୍ଦ୍ର କୁମାର ଦାସ, ସତ୍ୟବ୍ରତ ସିଂ, ହାଡିବନ୍ଧୁ ସିଂ, ଓକିଲ ସଂଘର ପୂର୍ବତନ ସଭାପତି ଆଶୁତୋଷ ମହାନ୍ତି, ଅକ୍ଷୟପ୍ରିୟ ଦାସ, ନିରଞ୍ଜନ ମେକାପ ପ୍ରମୁଖ କେନ୍ଦ୍ରାପଡା ସହରର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଧର୍ଶଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଶୋକାକୁଳ ପରିବାରକୁ ଶାନ୍ତ୍ୱନା ପ୍ରଦାନ କରିଥିଲେ । ତାଙ୍କ ଭଣଜା ପଙ୍କଜ ଲେଙ୍କା, ପଦ୍ମଜା କୁମାର ଲେଙ୍କା , ପତ୍ନୀ, ପୁଅ ଅମୃତ କୁମାର ଜେନା, ସାନ ଭାଇ ବସନ୍ତ ଜେନା, ଅଧର ଜେନା, ଅଜୟ ଜେନା, ଅଶୋକ ଜେନା, ରମେଶ ଜେନା ଓ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ