ବିଶିଷ୍ଟ ବ୍ୟବସାୟୀ ଙ୍କ ପରଲୋକ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ଅଂଚଳର ବିଶିଷ୍ଟ ବ୍ୟବସାୟୀ ତଥା ହୋଟେଲ ଦୂର୍ଗା ର ମାଲିକ ପ୍ରାଣକୃଷ୍ଣ ନାୟକ ଙ୍କ ପରଲୋକ ଘଟିଛି। ସେ ଜଣେ ପରିଚିତ ବ୍ୟକ୍ତିତ୍ଵ ହୋଇଥିବାରୁ ତାଙ୍କ ମୃତ୍ୟୁ ରେ କାକଟପୁର, ଅସ୍ତରଙ୍ଗ , କୋଣାର୍କ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି। ସେ ଲଷ୍ମୀ ବଜାର କମିଟି କରି ସମସ୍ତ ଙ୍କୁ ଏକାଠି କରିବା ପଛରେ ତାଙ୍କର ପ୍ରଛହ୍ନ ଭୂମିକା ଥିଲା, ସ୍କୁଲ ଜୀବନରେ ସ୍କାଉଟ ରେ ଭାଗ ନେବା ଏବଂ ପ୍ରତ୍ୟେକ ସଂଗଠନ କାମରେ ଆଗକୁ ବାହାରି ସୁଚାରୁ ରୂପେ ସମ୍ପାଦନ କରିବା ତାଙ୍କର ଥିଲା ତାଙ୍କର ଦକ୍ଷତା ବୋଲି ତାଙ୍କର ପ୍ରିୟ ସହପାଠୀ, ବିଜୟ ଦାସ, ଦୁର୍ଗା ମିଶ୍ର, ଅଭୟ ଦୀକ୍ଷିତ ଓ ଅନ୍ୟ ସହପାଠୀ ମାନେ ପ୍ରକାଶ କରିଛନ୍ତି,ଦୀର୍ଘ ୧୫ବର୍ଷ ରୁ ଉର୍ଦ୍ଧ ହେବ ସେ କର୍କଟ ଜନିତ ରୋଗରେ ପୀଡିତ ଥିଲେବି ଶେଷ ନିଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ବଜାର କମିଟି ର ସମସ୍ତ ସଦସ୍ୟ ମାନଙ୍କ ସହିତ ସୁ ସମ୍ପର୍କ ରଖିବା ଓ ଲଷ୍ମୀ ବଜାର ର ସମସ୍ତ ସଦସ୍ୟ ମାନଙ୍କୁ ଏକାଠି କରି ବୁଲାଇ ନେବା ଓ ସମସ୍ତଙ୍କୁ ନିଜ ବାକ ଚlତୁରୀ ଦ୍ୱାରା ବାନ୍ଧି ରଖିଥିଲେ ବୋଲି କୁହନ୍ତି ଲକ୍ଷ୍ମୀ ବଜାର ସଭାପତି ରତିକାନ୍ତ ବେହେରା ଙ୍କ ସହିତ ,ନିରୋଦ ବରଣ ମହାନ୍ତି,ହିମାଂଶୁ ଭୂଷଣ ଦୀକ୍ଷିତ,ସୁବାଷ, ନଣ୍ଡା, ବାବୁ, ପିଣ୍ଟୁ, ମିଟୁ, ମୁନୁ, ଲୁଟିଆ, ଶ୍ୟାମ, ଅଶୋକ, ପ୍ରସନ୍ନ।ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲ ତାଙ୍କ ର ମୃତ୍ୟୁ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ଲଷ୍ମୀ ବଜାର କମିଟି ସମେତ ଗଣେଶ ବଜାର, ଚନ୍ଦନ ବଜାର, କଲେଜ ଛକ, ପ୍ରାଚୀ ବିହାର ର ବ୍ୟବସାୟୀ ମାନେ ନିଜ, ନିଜ ଦୋକାନ କୁ ବନ୍ଦ ରଖି ତାଙ୍କ ଶବ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ। କଲେଜ ଛକସ୍ଥିତ ଶ୍ମଶାନ ରେ ତାଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଥିଲା।ଏକ ମାତ୍ର ପୁତ୍ର ଅଭିନାଶ ମୁଖାଗ୍ନି ଦେଇଥିଲେ ।


