ବିଶିଷ୍ଟ ରାଜନେତା ପଦ୍ମଚରଣ ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଶିଷ୍ଟ ରାଜନେତା ତଥା ସମବାୟବୀତ୍ ସ୍ୱର୍ଗତ ପଦ୍ମଚରଣ ନାୟକଙ୍କ ନବମ ଶ୍ରାଦ୍ଧବାର୍ଷିକୀରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗୁଲନଗର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଦ୍ମଚରଣ ନାୟକ ସ୍ମୃତି କମିଟି ସଭାପତି ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବାମପନ୍ଥି ନେତା ରମଣୀରଞ୍ଜନ ରାଉତରାୟ, ସ୍ମୃତି କମିଟି ସମ୍ପାଦକ ବରିଷ୍ଠ ଆଇନଜୀବୀ ସରୋଜରାଜ ସିଂ, ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡା, ସାହିତ୍ୟିକ ଡ. ବାସୁଦେବ ଦାସ, ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲ, ରବୀନ୍ଦ୍ରନାଥ ରଥ, ଶରତ ବେହୁରା, ବିଜୟ କୁମାର ସାମଲ, ଭାଗୀରଥୀ ଜେନା, ରାଜେଶ ପଣ୍ଡା, ଗୟାଧର ଧଳ, ଶିକ୍ଷକ ନେତା ତପନ ସିଂ, ପୂର୍ବତନ ଅଧ୍ୟକ୍ଷ ମୋହନ ଜେନା, ସୁଶିଲ କୁମାର ସାମଲ, ଫକୀର ଚରଣ ଖଟୁଆ ପ୍ରମୁଖ ସ୍ୱର୍ଗତ ନାୟକଙ୍କ ପ୍ରତି ସ୍ମୃତିଅର୍ଘ୍ୟ ଅର୍ପଣ କରି କହିଥିଲେ ଯେ କେନ୍ଦ୍ରାପଡାରେ ସମବାୟ ଆନ୍ଦୋଳନକୁ ଲୋକପ୍ରିୟ କରାଇବା ସହିତ ଶିକ୍ଷାନୁଷ୍ଠାନ ଗୁଡିକ ପ୍ରତିଷ୍ଠା ମାଧ୍ୟମରେ ଆଧୁନିକ କେନ୍ଦ୍ରାପଡାର ଯେଉଁ କେତେଜଣ ଭିତ୍ତିସ୍ଥାପନ କରିଥିଲେ ସେମାନଙ୍କ ମଧ୍ୟରେ ବିଶିଷ୍ଟ ସମବାୟବିତ୍ ଓ କେନ୍ଦ୍ରାପଡା ବ୍ଲକର ଗୁଲନଗର ଗ୍ରାମରେ ଜନ୍ମ ହୋଇଥିବା ରାଜନେତା ସ୍ୱର୍ଗତ ପଦ୍ମଚରଣ ନାୟକ ଥିଲେ ଅଗ୍ରଗଣ୍ୟ । ତାଙ୍କର ବଳିଷ୍ଠ ଓ ନିଷ୍ଠାପର ଉଦ୍ୟମ ଯୋଗୁଁ ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ସମେତ ବଳଦେବଜୀଉ ଶିକ୍ଷା ମହାବିଦ୍ୟାଳୟ, ଆଇନ ମହାବିଦ୍ୟାଳୟ, ଗୁଲନଗର ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଆଦି ଗଢି ଉଠିଥିଲା ବୋଲି ସ୍ୱର୍ଗତ ନାୟକଙ୍କ ୯ମ ବାର୍ଷିକ ପୁଣ୍ୟତିଥି ଅବସରରେ ଅନୁଷ୍ଠିତ ସଭାରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ଏଭଳି ମତବ୍ୟକ୍ତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପରେଶ ଚନ୍ଦ୍ର ଦାସ, ସୋମନାଥ ସାହୁ, ଦେବାଶୀଷ କୁବେର,ସୁପ୍ରିୟା ମଲ୍ଲିକ, ପୂର୍ବତନ ଅଧ୍ୟାପକ ଗିରିଶ ଚନ୍ଦ୍ର ପାତ୍ର, ଅବଧୂତ ରାଉତ, ସମାଜସେବୀ ଧରଣଧୀର ଜେନା, କେଦାର ସାମନ୍ତରାୟ, ଲୋପାମୁଦ୍ରା ବାରିକ, ମୁକ୍ତାର ଖାଁ, ଜଗତଜୀବନ ଦାସ, ବିଭୂତି ଦାସ, ପ୍ରଫୁଲ୍ଲ ସାହୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କୁଳମଣୀ ନାୟକ, ନୀଳମଣି ନାୟକ, ରତିକାନ୍ତ ନାୟକ, କମଳେଶ ନାୟକ, ନରେଶ ନାୟକ, ଅଭିମନ୍ୟୁ ନାୟକ, ଗଗନ ବିହାରୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ସଭ୍ୟ ଉପେନ୍ଦ୍ର କର ଗୀତାପାଠ କରିଥିବା ବେଳେ ଭରତ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସ୍ମୃତି କମିଟି ପକ୍ଷରୁ ଗୁଲନଗର ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଜ୍ୟୋତିର୍ମୟୀ ସାହୁ, ଗୁଲନଗର ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପିଏସ୍ ଅଭିଲିପ୍ସା ଗେରୁ, ଗୁଲନଗର ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ମାନସ ରଞ୍ଜନ ଘଡେଇ, ନେତାଜୀ ମଡେଲ ମାଧ୍ୟମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀ ବର୍ଷାରାଣୀ ପାଗଳ ଓ ସଞ୍ଜିବନୀ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ ସାନଭି ସାୟାନ ରାଉତ ପ୍ରମୁଖ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ