ବିଶିଷ୍ଟ ଶିକ୍ଷକଙ୍କ ପରଲୋକ

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଲ ଗ୍ରାମର ବିଶିଷ୍ଟ ସମାଜ ସେବୀ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ନୀଳକଣ୍ଠ କର (୭୬)ଙ୍କ ଆଜି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଏକାଧାରରେ ସେ ଜଣେ ଆଦର୍ଶ ଶିକ୍ଷକ ସହ ସମାଜସେବୀ, ସମାଜ ସଂସ୍କାରକ,ପରିବେଶ ବିତ ଥିଲେ । ସମାଜରେ ଜଣେ ମିଷ୍ଟ ଭାଷୀ, ପରୋପକାରୀ, ସମବାୟ ପ୍ରେମୀ ମଣିଷ ଥିଲେ । ତାଙ୍କ ବିୟୋଗରେ ମନ୍ତ୍ରୀ ଦିବ୍ୟଶଙ୍କ ମିଶ୍ର, ସଂସଦ ବସନ୍ତ ପଣ୍ଡା, ସୁଜିତ କୁମାର, ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ,ସୁବାଷ ନାୟକ, କଳାହାଣ୍ଡି ସିଡୁଲ କାଷ୍ଟ ଫେଡରେଶନ ସଭାପତି ଧନଞ୍ଜୟ ଦୀପ, ଆଇନ ଜୀବୀ ଛବିଲାଲ ନିଆଲ, ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ସଭାପତି ବରୁଣ ସୁନା, ଦିଗାମ୍ବର ଦୁରିଆ,ବୈଦନାଥ ବେହେରା, ଦିଗାମ୍ବର ଲୁହା, ଜୁନାଗଡ଼ ଏନ୍ ଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘର ସଭାପତି ରଜନୀକାନ୍ତ ମିଶ୍ର ପ୍ରମୂଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅନ୍ତେଷ୍ଟି କ୍ରିୟାରେ ବଡ଼ପୁଅ ଜାତୀନ୍ଦ୍ର କର ମୁଖାଗ୍ନି ଦେଇଥିବାବେଳେ ପୁରୁଖା ମାଷ୍ଟ୍ରେ ଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ