ବିଶିଷ୍ଟ ଶିକ୍ଷାବିତ୍ ଦିବାକର ତ୍ରିପାଠୀଙ୍କ ଦେହାନ୍ତ

ପୁରୀ (ଓ୍ବାଇଏନ୍ଏସ୍) : ପୁରୀ ବିଶ୍ୱମ୍ବର ବିଦ୍ୟାପୀଠର ପ୍ରାକ୍ତନ ଶିକ୍ଷକ, ବିଶିଷ୍ଟ ଶିକ୍ଷାବିତ୍‌, ୧୯୯୪ ମସିହାରେ ମହାମହୀମ ରାଷ୍ଟ୍ରପତି ଡ. ଶଙ୍କର ଦୟାଲ ଶର୍ମାଙ୍କଠାରୁ ସମ୍ମାନ ପୂର୍ବକ ରାଷ୍ଟ୍ରପତି ପୁରସ୍କାର ଗ୍ରହଣ କରିଥିବା ଦିବାକର ତ୍ରିପାଠୀଙ୍କର ୮୫ ବର୍ଷ ବୟସରେ ତାଙ୍କ ଭୁବନେଶ୍ୱରସ୍ଥିତ କେଦାରଗୌରୀ ବାସଭବନରେ ପରଲୋକ ହୋଇଯାଇଛି । ପୁରୀ ରାମକୃଷ୍ଣ ମିଶନ, ପୁରୀ ବିକାଶ ପରିଷଦ, ପୁରୀ ପୁସ୍ତକ ମେଳା ସମେତ ବହୁ ଅନୁଷ୍ଠାନର ସଭ୍ୟ ସହ କାର୍ଯ୍ୟନିର୍ବାହୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ ମେମ୍ବର, ଟେଷ୍ଟ ବୁକ୍‌ର ଲେଖକ, ଅନେକ ସ୍କୁଲ୍‌ର ପରିଚାଳନା କମିଟିରେ ସଦସ୍ୟ ଭାବେ କାର୍ଯ୍ୟ ତୁଲାଇଛନ୍ତି । ପୁରୀ ବିଧାୟକଙ୍କ ସମେତ ବହୁ ଅନୁଷ୍ଠାନର ସଭ୍ୟସଭ୍ୟାମାନେ ତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ବଡ଼ପୁଅ ବିଶିଷ୍ଟ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ, ବଡ଼ଝିଅ ଡ. ରାଜଶ୍ରୀ ତ୍ରିପାଠୀ (ଭେଷଜ ବିଜ୍ଞାନ ପ୍ରଫେସର), ସମ ହସ୍ପିଟାଲ, ମଝିଆ ଝିଅ ଜୟଶ୍ରୀ ତ୍ରିପାଠୀ (ଅତିରିକ୍ତ ଶାସନ ସଚିବ) ଓଡ଼ିଶା ସରକାର, ସାନପୁଅ ପ୍ରଜ୍ଞାନନ୍ଦ ତ୍ରିପାଠୀ, ବାଙ୍ଗାଲୋରରେ ଅବସ୍ଥାପିତ ଓ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ବଡ଼ପୁଅ ବିଭୁପ୍ରସାଦ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ