ବିଶିଷ୍ଟ ଶିକ୍ଷାବିତ ଗୟାଧର ବେହେରାଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ବିଶିଷ୍ଟ ଶିକ୍ଷାବିତ ଗୟାଧର ବେହେରାଙ୍କ ୭୨ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ହେଲା ରାଉରକେଲାରେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେ ବଞ୍ଚୋ ବରାହୀ ହାଇସ୍କୁଲର ପ୍ରତିଷ୍ଠାତା ଶିକ୍ଷକ ଭାବେ ଶିକ୍ଷକତା ଜୀବନ ଆରମ୍ଭ କରି ସେହି ବିଦ୍ୟାଳୟରୁ ହିଁ ଅବସର ନେଇଥିଲେ । ଅବସର ପରେ ସେ ଗାଁର ବିଭିନ୍ନ ସାମାଜିକ ଓ ସାଂସ୍କୃିତକ ଏବଂ ଧାର୍ମିକ ଅନୁଷ୍ଠାନ ସହିତ ଯୋଡି ହୋଇ ରହିଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପରଲୋକ ଖବର ପାଇ ଅନେକ ପୁରାତନ ଛାତ୍ରଛାତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେ ଜଣେ ଛାତ୍ରବତ୍ସଳ, ମିଷ୍ଠଭାଷୀ, ସରଳ, ଆମାୟିକ ବ୍ୟକ୍ତି ଥିଲେ ଓ ତାଙ୍କ ବିୟୋଗ ସମଗ୍ର ଅଞ୍ଚଳ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି ଶୋକବାର୍ତ୍ତାରେ କହିଛନ୍ତି । ରବିବାର ସନ୍ଧ୍ୟାରେ ତାଙ୍କ ମରଶରୀର ବଞ୍ଚୋ ଗାଁରେ ପହଞ୍ଚିବାପରେ ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ଅକ୍ଷୟ ବରାଳ, ଛବିନ୍ଦ୍ର୍ର ନାୟକ, ସୁଧାଶୁଂ ରାଉତ, ମାର୍କଣ୍ଡ ଚରଣ ଓଝା, ବିମଳ କିଶୋର ଜେନା, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ପ୍ରଶାନ୍ତ ପଟ୍ଟନାୟକ, ସୁଶାନ୍ତ କୁମାର ବିଶ୍ୱାଳ, ନରେନ୍ଦ୍ର କୁମାର ବେହେରା, ପ୍ରତାପ ବେହେରା, ଚୈତନ୍ୟ ବେହେରା, ଯଦୁମଣୀ ପଟ୍ଟନାୟକ, ମୁକେଶ ରାଉତ, କିର୍ତ୍ତନ ବିହାରୀ ନାୟକଙ୍କ ସମେତ ଶତାଧିକ ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀ ତାଙ୍କ ବାସଭବନରେ ପହଞ୍ଚି ୋଷ ଦର୍ଶନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଏକ ଶୋଭାଯାତ୍ରାରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି । ବଡପୁଅ ଦେବାଶିଷ ବେହେରା ମୁଖାଗ୍ନି ଦେଇଥିବାବେଳେ ସାନପୁଅ ସୁବାଶିଷ, ପୁତୁରା ନାରାୟଣ, ଭାଇ ବେୈକୁଣ୍ଠ ବେହେରା, କାର୍ତ୍ତିକେଶ୍ୱର ବେହେରାଙ୍କ ସମେତ ଅନେକ ବନ୍ଧୁ ଓ ପରିବାରବର୍ଗ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ