ବିଶିଷ୍ଟ ଶିକ୍ଷାବୀତ ରାଘବାନନ୍ଦଙ୍କ ପରଲୋକ

କେନ୍ଦ୍ରାପଡା, (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମର ବର୍ଷିଆନ ଶିକ୍ଷାବୀତ ରାଘବାନନ୍ଦ ନାୟକଙ୍କ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ପକ୍ଷାଘାତ ଜନିତ ରୋଗରେ ପଡିତ ଥିଲେବି ନିଜର ସ୍ୱଭାବ ସୁଲଭ ଗୁଣରେ ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ । ଘାଘରାସ୍ଥିତ ମୁକ୍ତେଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ଭାବେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିବା ରାଘବ ସାର ସମଗ୍ର ଜିଲ୍ଲାରେ ଜଣେ ଆଦର୍ଶ ଶିକ୍ଷକ ଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ନିଜ ଜନ୍ମଭୂମି କୋରୋ ଗ୍ରାମରେ ମାଧ୍ୟମିକ ଶିକ୍ଷାନୁଷ୍ଠାନ କୋରୋ ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଭାବେ ସେ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ଜଣେ ବିଶିଷ୍ଟ ସମାଜସେବୀ,ଗରୀବ ଜନତାର ସାଥି , ଆଦର୍ଶ ଓ ନ୍ୟାୟିକ ଭାବେ ତାଙ୍କର ଆଚଂଳିକ ସ୍ତରରେ ବହୁତ ସୁନାମ ଥିଲା । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବଡପୁଅ ବିଜୟ, ଅଜୟ, ସଞ୍ଜୟ, ରଞ୍ଜନ ଓ ପୁତ୍ରବଧୁ , ନାତି, ନାତୁଣୀମାନେ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଚଂଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବିଶିଷ୍ଟ ବ୍ୟକ୍ତିମାନେ ଶୋକସନ୍ତପ୍ତ ପରିବାରକୁ ଶାନ୍ତ୍ୱନା ଜଣାଇବା ସହ ତାଙ୍କର ଅମରଆତ୍ମାର ସଦଗତି କାମନା କରିଛନ୍ତି । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ଜିଲ୍ଲା କଂଗ୍ରେସ ସଭାପତି ତଥା ରାଘବ ସାରଙ୍କ ପ୍ରିୟ ଛାତ୍ର ଚିନ୍ମୟ ପ୍ରସାଦ ବେଉରା, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଆଲୋକ ସାହୁ, ରାଜେଶ ପଣ୍ଡା, ହରିପଦ ବେହେରା, କୋରୋ ହାଇସ୍କୁଲର ପ୍ରାକ୍ତନ ସମ୍ପାଦକ ମନ୍ମଥନାଥ ବରାଳ, ରାଜଶ୍ରୀ କଳା ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ କୁମାର ଜେନା, ବିଜୟ କୁମାର ବରାଳ, ଭାଗବତ ଷଡଙ୍ଗୀ, ବାନାମ୍ବର ଜେନା, କୋରୋ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରେମାନ୍ଦ ନାୟକ, ହରେକୃଷ୍ଣ ସିଂହ, ଭରତ ଚନ୍ଦ୍ର ଦାସ, ସ୍ମତିରଞ୍ଜନ ଜେନା ପ୍ରମୁଖ ଆଦରଣିୟ ରାଘବ ସାରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ