ବିଶିଷ୍ଟ ଶ୍ରମିକନେତାଙ୍କ ବିୟୋଗରେ ମେମୋରିଆଲ ଟ୍ରଷ୍ଟର ଶୋକପ୍ରକାଶ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବିଶିଷ୍ଟ ଶ୍ରମିକନେତା ତଥା ହିନ୍ଦ୍ ମଜଦୁର ସଭାର ରାଜ୍ୟ ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ନାଥ ତ୍ରିପାଠୀଙ୍କ ବିୟୋଗରେ ବିଦ୍ୟାଧର ବାରିକ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଗଭୀର ଶୋକ ପ୍ରକାଶ କାଯାଇଛି । ଏକ ପ୍ରେସ୍ ବିବୃତ୍ତିରେ ଟ୍ରଷ୍ଟର ଆବାହକ ମନୋଜ ବାରିକ କହିଛନ୍ତି ଯେ, ରାଜ୍ୟରେ ଅସଂଗଠିତ ଶ୍ରମିକ ଶ୍ରେଣୀ, କେନ୍ଦୁପତ୍ର କର୍ମଚାରୀ, ସାଧାରଣ ଖଟିଖିଆ, ମେହନତି ମଣିଷଙ୍କ ପାଇଁ ତାଙ୍କର ସଂଗ୍ରାମ ଶେଷ ପର୍ଯ୍ୟନ୍ତ ଥିଲା । ଉଭୟ ଶ୍ରମିକ ସମାଜ ଓ ରାଜନୀତି କ୍ଷେତ୍ରରେ ବହୁ ଉଚ୍ଚ ପଦପଦବୀରେ ରହିଥିଲେ ମଧ୍ୟ ତାଙ୍କର ଜୀବନଶୈଳୀ ଥିଲା ସମ୍ପୂର୍ଣ୍ଣ ସାଧାରଣ । ନିସ୍ୱାର୍ଥପର ସେବା ଓ ସଚ୍ଚୋଟପଣକୁ ନେଇ ସେ ଆଗେଇ ଚାଲିଥିଲେ । ତାଙ୍କର ବିୟୋଗରେ ହିନ୍ଦ୍ ମଜଦୁର ସଭା ପୁଣି ଏକ ମୁରବୀକୁ ହରାଇଲା । ଏହା ସମଗ୍ର ଶ୍ରମିକ ସମାଜ ପାଇଁ ବିରାଟ କ୍ଷତି । ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ମଜଦୁର ସଭାର ଉପ ସାଧାରଣ ସମ୍ପାଦକ ଖଗେନ୍ଦ୍ର ବେହେରା, ଫେରୋସ୍କ୍ରାପ ନିଗମ କର୍ମଚାରୀ ସଂଘର ପୂର୍ବତନ ସଭାପତି କେ.ସି. ପାଣିଗ୍ରାହୀ ପ୍ରମୁଖ ସ୍ୱର୍ଗତ ତ୍ରିପାଠୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।