ବିଶିଷ୍ଟ ସଂଗ୍ରାମୀ ନେତା ବୃନ୍ଦାବନ ସାବତ ଆଉ ନାହାନ୍ତି
ବ୍ରହ୍ମପୁର: ତା. ୨୨.୩.୨୦୨୦ ରିଖ ବହୁ ସାମାଜିକ ସଂଗଠନର ସଦସ୍ୟ ତଥା ବିଶିଷ୍ଟ ସଂଗ୍ରାମୀ ନେତା ବୃନ୍ଦାବନ ସାବତଙ୍କ ଆଜି ପରଲୋକ ହୋଇଯାଇଛି l ମୃତ୍ୟୁବେଳେ ତାଙ୍କ ପାଖରେ ତାଙ୍କ ସହଧର୍ମିଣୀଙ୍କ ସମେତ ଝିଅ, ଯୁଇଁ ଓ ଦୁଇ ପୁଅ ସରୋଜ ଓ ସଞ୍ଜୟ ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେl ସେ ଦୀର୍ଘ ଦିନରୁ ଶ୍ୱାସରୋଗରେ ପୀଡିତ ଥିଲେ l ତାଙ୍କ ଜୀବନକାଳ ମଧ୍ୟରେ ବହୁ ସାମାଜିକ, ଆଧ୍ୟାତ୍ମିକ କାର୍ଯ୍ୟମଧ୍ୟରେ ବ୍ରହ୍ମପୁର ଶିଳ୍ପାଞ୍ଚଳର ବିଭିନ୍ନ ଶିଳ୍ପାସଂସ୍ଥାଗୁଡିକର ପୁନଃଉଦ୍ଧାର,ପାନୀୟ ଜଳ ସମସ୍ୟାର ସମାଧାନ, ଶିଳ୍ପାଞ୍ଚଳରେ ପାସେଞ୍ଜର ରହଣି ଷ୍ଟେସନ,ଅଭରବ୍ରିଜ ନିର୍ମାଣ, ମହୁଡା ଫାର୍ମାସି କଲେଜକୁ ସରକାରୀକରଣ ଆଦି ଆନ୍ଦୋଳନରେ ସକ୍ରିୟ ଥିଲେ କ୍ଷ ତାଙ୍କ ଉଦ୍ୟମରେ ଞ୍ଚଶିଳ୍ପାଞ୍ଚଳ ପାସେଞ୍ଜର ରହଣି ସଂଗ୍ରାମ ସମିତି ଗଠନ ହେବାସହ ସେ ମାନବ ଅଧିକାର ସୁରକ୍ଷା ମଞ୍ଚ, ଭାରତୀୟ ମଜଦୁର ସଙ୍ଘ,ଘଏଙ କର୍ମଚାରୀ ସଂଗଠନ ଭଳି ପ୍ରମୁଖ ଅନୁଷ୍ଠାନସହ ଜଡିତ ଥିଲେ ଓ ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି