ବିଶିଷ୍ଟ ସମବାୟବିତ୍ ଅମ୍ବିକା ପ୍ରସାଦ ଦାସଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଶିଷ୍ଟ ସମବାୟବିତ୍ ଅମ୍ବିକା ପ୍ରସାଦ ଦାସଙ୍କୁ ତାଙ୍କ ଜନ୍ମମାଟି କେନ୍ଦ୍ରାପଡ଼ାରେ ବିଭିନ୍ନ ମହଲରୁ ଉଚ୍ଛସ୍‌ôିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ପରିଷଦର ନିର୍ଦ୍ଦେଶକ ଭାବେ କ୍ରମାଗତ ତୃତୀୟ ଥରପାଇଁ ନିର୍ବାଚିତ ହେବାର ଗୌରବ ଅର୍ଜନ କରିଥିବା ବିଶିଷ୍ଟ ସମବାୟବିତ୍ ତଥା ସାମ୍ବାଦିକ ଅମ୍ବିକା ପ୍ରସାଦ ଦାସଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପ୍ରାଚୀନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଶ୍ରୀ କାକଟ ମଙ୍ଗଳା କ୍ଲବ୍ ପକ୍ଷରୁ କ୍ଲବ୍ ପରିସରରେ ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । କ୍ଲବ୍‌ର ସଭାପତି ତଥା ସ୍ଥାନୀୟ ପୌର କାଉନସିଲର ଉମେଶ ଚନ୍ଦ୍ର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମ୍ମର୍ଦ୍ଧନା ସମାରୋହରେ ବର୍ଷିୟାନ ଶିକ୍ଷାବିତ୍ ଈଶ୍ୱର ଚନ୍ଦ୍ର ସାହୁ,ପୌରାଧ୍ୟକ୍ଷାଙ୍କ ପ୍ରତିନିଧି ତଥା ରାଜ୍ୟ ବିଜେଡ଼ି ସଂପାଦକ ରଞ୍ଜିିତ କୁମାର ସାହୁ,ପୂର୍ବତନ ପୌରାଧ୍ୟକ୍ଷ ଧିରେନ୍ କୁମାର ସାହୁ,ବର୍ଷିୟାନ ସମାଜସେବୀ ଶଙ୍କର୍ଷଣ ପଣ୍ଡା, ଗୋପାଳ ଚନ୍ଦ୍ର ମହାଳିକ,ନଗର ବିଜେପି ସଭାପତି ଦିଲ୍ଲୀପ କୁମାର ଦାଶ,ପୌର କାଉନସିଲର ଚୈାଧୁରୀ ସୁକୁମାର ଦାସ,ପୂର୍ବତନ ପୌର କାଉନସିଲର ସୌମେନ୍ଦ୍ର ପୃଷ୍ଟି, ହିରଣ୍ୟ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ଚନ୍ଦ୍ର ସାମଲ, ଶିକ୍ଷାବିତ୍ ଶୁଭାଂଶୁ କୁମାର ଦାସ,ସମାଜସେବୀ ଶିବ ପ୍ରସାଦ ମହାନ୍ତି, ମନୋଜ କୁମାର ମର୍ଦ୍ଦରାଜ, ବିପଦ ଭଞ୍ଜନ ଦାସ, ସୁଜୟ କୁମାର ଦାସ,ଶକ୍ତିକାନ୍ତ ପାତ୍ର, ଉମାକାନ୍ତ ସିଂହ, ଅକ୍ଷୟପ୍ରିୟ ଦାସ, ଭୁବନ ମୋହନ ଦାସ, ଲକ୍ଷ୍ମୀକାନ୍ତ ନାୟକ, ସୁମିତ କୁମାର ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ସାହୁ ପ୍ରମୁଖ ଶ୍ରୀଦାସଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗାଭରଣ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିବାବେଳେ ସେହିପରି ଅନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ସଭାପତି ସାହିତ୍ୟିକ କରୁଣାକର ଦାସ,ଗବେଷକ ନିରଞ୍ଜନ ମେକାପ ଓ ସରକାରୀ ଓକିଲ ସଞ୍ଜୟ କୁମାର ଜେନା ଶ୍ରୀଦାସଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗାଭରଣ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ନିଜ ନିଜର ବକ୍ତବ୍ୟରେ ସେମାନେ କହିଥିଲେ ଯେ, ମାଟିର ମଣିଷଙ୍କୁ ଭଲ ପାଉଥିବା ଓ ମାଟିର ଗୌରବ ବୃଦ୍ଧି ପାଇଁ ସବୁବେଳେ ଚିନ୍ତା କରୁଥିବା ବିଶିଷ୍ଟ ସମବାୟବିତ୍ ତଥା ସାମ୍ବାଦିକ ଶ୍ରୀ ଦାସ ଉତ୍ତରପୀଢୀ ପାଇଁ ସମ୍ଭାବନା ଓ ପ୍ରେରଣାର ଉସ୍‌ô ହୋଇ ରହିବେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ଦାସ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହିତ କହିଥିଲେ ଯେ, ଜୀବନରେ ନିଜର ରାସ୍ତା ନିଜକୁ ତିଆରି କରିବାକୁ ପଡ଼ିବ । ଅସହିଷ୍ନୁତା ପରିହାର ପୂର୍ବକ ଅନ୍ୟକୁ ସ୍ୱୀକାର କରିବାକୁ ହେବ । ଆଉ ଏଥିପାଇଁ ଲୋଡ଼ା ନିଜର ନିଷ୍ଠା, ସ୍ୱଚ୍ଛତା, ପ୍ରତିବଦ୍ଧତା ଓ ଭଗବତ୍ ବିଶ୍ୱାସ । ଅନ୍ୟ କାହାରି ଉପରେ ନିର୍ଭର କରି କେହି କେବେ ଉପରକୁ ଯାଇପାରି ନାହାଁନ୍ତି କି ଯାଇପାରିବେନି । ଆଗାମୀ ପୀଢି ଏହା ବୁଝି ପାରିଲେ ସମାଜରେ ଏକ ବିରାଟ ସକରାତ୍ମକ ପରିବର୍ତ୍ତନ ଆସିପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଶେଷରେ କ୍ଲବ୍‌ର କାର୍ଯ୍ୟକାରୀ ସଦସ୍ୟ ବସନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହରେ ସ୍ଥାନୀୟ ବହୁ ଯୁବକ ତଥା ଜନସାଧାରଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ