ବିଶିଷ୍ଟ ସମାଜସେବୀଙ୍କ ସ୍ମୃତିଚାରଣ ସଭା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ଼ ପଞ୍ଚାୟତ ଶାସନ କହରାପୋଖରୀ ଠାରେ ଅଞ୍ଚଳର ବିଶିଷ୍ଟ ସମାଜସେବୀ, ପରୋପକାରୀ ତଥା ଧର୍ମ ପରାୟଣ ସ୍ୱର୍ଗତ ଡମ୍ବରୁଧର ବେହେରାଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସଭାରେ ବିଶିଷ୍ଟ ସମାଜସେବୀ ଲକ୍ଷ୍ମୀଧର ନାୟକ, ଶିକ୍ଷାବିତ ନୀଳମଣି ନାୟକ, ହୃଷିକେଶ ଦାସ, ମାର୍କଣ୍ଡ ସାହୁ, ରବିନ୍ଦ୍ର ପଣ୍ଡା, ପ୍ରାକ୍ତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର, ଶ୍ରୀଧର ବେହେରା, ଧରଣୀଧର ସ୍ୱାଇଁ, ଅଭିମନ୍ୟୁ ଖଟୁଆ, ବେଣୁଧର ସାହୁ, ଜଗନ୍ନାଥ ଭାରତୀ, ରବିନ୍ଦ୍ର ମହାନ୍ତି, ପବନ ନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ କର୍ମମୟ ଜୀବନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଯୋଗେନ୍ଦ୍ର ଦାସ, ଅନନ୍ତ ତ୍ରିପାଠୀ, ପ୍ରମିଳା ପରିଡା, ଭଗବାନ ବେହେରା, ଶରତ ବେହେରା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଏହି ଅବସରରେ କର୍ମବୀରଙ୍କ ଫଟୋଚିତ୍ରରେ ବିଭିନ୍ନ ବର୍ଗର ଲୋକମାନେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ। ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ପତ୍ରିକା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମକୁ ସୁରେଶ ବେହେରା, ଶମ୍ଭୁନାଥ ବେହେରା, ଅଜୟ ବେହେରା, ବିଜୟ ବେହେରା, ସ୍ୱାଗତିକା ବେହେରା, ମଧୁସ୍ମିତା ବେହେରା ପ୍ରମୁଖ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ