ବିଶିଷ୍ଟ ସମାଜସେବୀ ଡାକ୍ତର ପାଣୁ ନାୟକଙ୍କ ପରଲୋକ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ତା ଗୋବରା ଅଞ୍ଚଳର ଖ୍ୟାତାନାମା ଡାକ୍ତର ତଥା ସୁନାମଧନ୍ୟ ସେମାଜସେବୀ, ଶିକ୍ଷାପ୍ରେମୀ, ଦକ୍ଷ ସଂଗଠକ ଡା. ପାଣୁ ନାୟକଙ୍କର ୮୨ ବର୍ଷ ବୟସରେ ପରଲୋକ ଘଟିଛି I ବୁଧବାର ରାତ୍ରି ନଅ ଘଣ୍ଟା ସମୟରେ ଗୋବରା ପଂଚାୟତ ଅନ୍ତର୍ଗତ ବାସୁଦେବପୁର ସ୍ଥିତ ନିଜ ବାସଭବନ ଠାରେ ଡା. ନାୟକ ଇହଲୀଳା ସମ୍ବରଣ କରିଛନ୍ତି I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ, ଦୁଇ ପୁଅ ଏବଂ ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ I ସ୍ଵର୍ଗତ ନାୟକଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ସ୍ଵର୍ଗତ ନାୟକ କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଭାବେ ଶିକ୍ଷାର ବିକାଶ ପାଇଁ ଅଞ୍ଚଳର ବୁଦ୍ଧିଜୀବି ମାନଙ୍କୁ ସଂଗଠିତ କରି ୧୯୮୪ ମସିହାରେ ଗାଁ ଗାଁ ବୁଲି ଇଟାଟିଏ ଓ ଟଙ୍କାଟିଏ ସଂଗ୍ରହ କରି ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଡା . ନାୟକଙ୍କ ଦେହାନ୍ତରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଗଭୀର ମର୍ମାହତ୍ ହୋଇଥିଲେ। ତାଙ୍କର ମର ଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ନିଜ ବାସଭବବନ ଗୋବରା ଠାରୁ ଶୋଭାଯାତ୍ରାରେ ଆଣି ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରକୁ ନିଆଯାଇଥିଲା । ସେଠାରେ ଉପସ୍ଥିତ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ଦେବେଶ ଚନ୍ଦ୍ର ମହପାତ୍ର, ସୁଶାନ୍ତ କୁମାର ଲେଙ୍କା, ଦୀପକ ରାଓ, ମହେଶ୍ଵର ରାଉତ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ପୁଷ୍ପଗୁଚ୍ଛ ଓ ପୁଷ୍ପମାଳ ପ୍ରଦାନ କରି ମର ଶରୀରକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି ସ୍ଵର୍ଗତ ନାୟକଙ୍କ ବିୟୋଗରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଗୋବରା ସମିତିସଭ୍ୟ ବିଭୂପାଦ ଜେନାଙ୍କ ସମେତ ଅଞ୍ଚଳର ବହୁ ବୁଦ୍ଧିଜୀବି, ଜନପ୍ରତିନିଧି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ