ବିଶିଷ୍ଟ ସମାଜସେବୀ ବାନାମ୍ବର ସାହୁଙ୍କ ବିୟୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ବାଲିଆର ସମ୍ପାଦକ, ପ୍ରାକ୍ତନ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ବାନାମ୍ବର ସାହୁଙ୍କ ରବିବାର ରାତିରେ ବିୟୋଗ ହୋଇଯାଇଛି । ଭୁବନେଶ୍ୱରରୁ ଆସି ତାଙ୍କ ମର ଶରୀର ଜନ୍ମମାଟି ଜମଧରରେ ଆଜି ସକାଳେ ପହଞ୍ଚିବା ପରେ ଶେଷଦର୍ଶନ ପାଇଁ ଗ୍ରାମଟି ଲୋକାରଣ୍ୟ ହୋଇପଡିଥିଲା । ଏକ ସୁସଜିତ ସ୍ୱର୍ଗରଥରେ ମର ଶରୀରକୁ ତାଙ୍କ କର୍ମଭୂମୀ ଥିବା ତିନିମୁହାଣିସ୍ଥିତ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗଦଳ କାର୍ଯ୍ୟାଳୟ ଏବଂ ଦୁହୁରିଆସ୍ଥିତ ଶିକ୍ଷକ ଭବନରେ ଅପେକ୍ଷାରତ ବହୁ କର୍ମକର୍ତ୍ତା ଓ ଶିକ୍ଷକମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ଜମଧର ପ୍ରାଥମିକ କୃଷି ସମବାୟ ସମିତିର କର୍ମକର୍ତ୍ତାମାନେ, ସ୍ୱର୍ଗତ ସାହୁ ପ୍ରଧାନ ଶିକ୍ଷକ ଥିବା ବାଲିଆ ମଧ୍ୟ ଇଂରାଜୀ ବିଦ୍ୟାଳୟର ଶିକ୍ଷକମାନେ, ବାଲିଆ ହାଇସ୍କୁଲ, ମହିଳା ମହାବିଦ୍ୟାଲୟ, ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ବୀଣାପାଣୀ ସଂଗୀତ ସଦନ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ବାଲିଆ ବଜାର ଶାନ୍ତି କମିଟି ପକ୍ଷରୁ ଉପସଭାପତିଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ପରେ ଚଣ୍ଡିବଜାରସ୍ଥିତ ସାଇମନ୍ଦିର ଓ ଦୟାନନ୍ଦ ସେବାଶ୍ରମରେ ପହଞ୍ଚିବା ପରେ ସେଠାରେ ବେଦମନ୍ତ୍ର ଧ୍ୱନୀରେ ମରଶରୀରକୁ ଓମ୍ ଧ୍ୱ୍ୱଜାରେ ଆଛାଦିତ କରାଯାଇ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା । ପରେ ବାଲିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପ୍ରଧାନ ଶିକ୍ଷକ ଥିବା ତରାପୁର ମଇ ବିଦ୍ୟାଳୟକୁ ନିଆଯାଇ ସେଠାରେ ଶ୍ରଦ୍ଧାସୁମନ ଅର୍ପଣ ପରେ ଜମଧରସ୍ଥିତ ଗ୍ରାମ୍ୟ ଶ୍ମଶ।।ନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏକମାତ୍ର ପୁତ୍ର ସିଦ୍ଧାର୍ଥ ଶେଖର ସାହୁ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ସାହୁଙ୍କ ବିୟୋଗରେ ବାଲିଆ ଅଞ୍ଚଳର ପ୍ରମୋଦ କୁମାର ସାହୁ, ମଦନମୋହନ ବେହେରା, ନାରାୟଣ ସ୍ୱାଇଁ, ବିଜେଡି ଯୁବନେତା ରାଜେଶ ପଣ୍ଡା, ବସନ୍ତ କୁମାର ଜେନା, ବିଭୁତିଭୂଷଣ ପତି, ବିଦ୍ୟାଧର ଜେନା, ଜିତେନ୍ଦ୍ର ପ୍ରସାଦ ପାଗଳ, ଧରଣୀଧର ଦାସ, ନିରଞ୍ଜନ ସ୍ୱାଇଁ, ରମେଶ ଚନ୍ଦ୍ର ପତି, ମହେଶ୍ୱର ମଣ୍ଡଳ, ଶରତ ଚନ୍ଦ୍ର ପଣ୍ଡା, ପାର୍ବତୀ ନାୟକ, ବଳଭଦ୍ର ପ୍ରସାଦ ନାୟକ, ଗଜେନ୍ଦ୍ର ମହାନ୍ତି, ତପନ କୁମାର ସିଂହ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ବିୟୋଗରେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।


