ବିଶିଷ୍ଟ ସମାଜସେବୀ ବିପିନ ବିହାରୀ ମିଶ୍ରଙ୍କ ଦ୍ୱିତୀୟ ଜନ୍ମ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ସର୍ବଭାରତୀୟ ବ୍ରାହ୍ମଣ ସମାଜ, ମୁମ୍ବାଇ ଓଡ଼ିଶା ମହାସଂଘର ସଭାପତି ତଥା ଭାରତବର୍ଷର ଅନେକ ଓଡ଼ିଆ ସଂଗଠନ ସହିତ ଜଡ଼ିତ ଥିବା ଡଃ ବିପିନ ବିହାରୀ ମିଶ୍ର ନୂଆଦିଲ୍ଲୀସ୍ଥିତ ମୁଲଚାନ୍ଦ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଦୀର୍ଘ ୨୬ଦିନ ଚିକିତ୍ସା ହୋଇ ଆଜି ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଡ଼ାକ୍ତରମାନଙ୍କ କହିବା ଅନୁଯାୟୀ ଡଃ ମିଶ୍ର ଯେଉଁ ରୋଗରେ ପୀଡ଼ିତ ଥିଲେ, ସେଥିରୁ ମଣିଷ ବଞ୍ôଚବା ଅସମ୍ଭବ । ସମସ୍ତ ଅନୁଷ୍ଠାନ, ବ୍ୟକ୍ତିବିଶେଷଙ୍କ ପ୍ରାର୍ଥନା, ଶୀମତୀ ସୁକାନ୍ତୀ ମିଶ୍ର ଏବଂ ତାଙ୍କର ଝିଅମାନଙ୍କ ଆକୁଳ ପ୍ରାର୍ଥନା ଯୋଗୁ ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଦୟାରୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ôଚଯାଇ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ।
ବିସମ ଓଡ଼ିଶା, ବିଶ୍ୱ ଓଡ଼ିଆ ସଂଗଠନ, ମୁମ୍ବାଇ ଓଡ଼ିଆ ସମାଜ, ମୁମ୍ବାଇ ଓଡ଼ିଆ ମହାସଂଘ, ସାମ୍ବାଦିକ ବନ୍ଧୁ, ସର୍ବଭାରତୀୟ ବ୍ରାହ୍ମଣ ସମାଜର ପ୍ରତି ସଦସ୍ୟମାନଙ୍କୁ ଡଃ ମିଶ୍ର କୃତଜ୍ଞତା ଜ୍ଞାପନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ