ବିଶିଷ୍ଟ ସମାଜସେବୀ ୰ କୃତ୍ତିବାସ ଆଚାର୍ଯ୍ୟଙ୍କ ଏକାଦଶାହ ସମ୍ପନ୍ନ
ବାଲେଶ୍ୱର, (ସରୋଜ ପଣ୍ଡା) : ସ୍ଥାନୀୟ ଦୁର୍ଗା ଗାର୍ଡ଼ନ୍ କଲ୍ୟାଣମଣ୍ଡପ ଠାରେ ଗତ ସନ୍ଧ୍ୟାରେ ବିଶିଷ୍ଟ ସମାଜସେବୀ ୰ କୃତ୍ତିବାସ ଆଚାର୍ଯ୍ୟଙ୍କ ଏକାଦଶାହ ସମ୍ପନ୍ନ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସଭାପତି ଇଂ. ବନମାଳୀ ନାୟକ ସଭାପତିତ୍ୱ କରିଥିଲେ । ସଂଘ ଦ୍ୱାରା ପ୍ରସ୍ତୁତ ଏକ ଶୋକବାର୍ତ୍ତା ସଂଘର ଅର୍ଥ ସମ୍ପାଦକ ଦାମୋଦର ନାୟକ ପାଠ କରିଥିଲେ । ୰ ଆଚାର୍ଯ୍ୟଙ୍କ ସ୍ମୃତିରେ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ଉପଦେଷ୍ଟା ଧୀରେନ୍ଦ୍ର ନାରାୟଣ ଦାସ, ପୂର୍ବତନ ସମ୍ପାଦକ ତଥା ବରିଷ୍ଠ ଉପଦେଷ୍ଟା ଲୋକନାଥ ଆଚାର୍ଯ୍ୟ, ବଳରାମ ପଣ୍ଡା, ଭଗବାନ ଖଣ୍ଡେଲୱାଲ୍, ନିଶାକର ରାଉତ, ଭଗବାନ ରାଉତ, ବାଙ୍ଗରା ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଶଶୀଭୂଷଣ କର ପ୍ରମୁଖ ସ୍ୱର୍ଗତ ଆଚାର୍ଯ୍ୟଙ୍କର ବିଭିନ୍ନ କ୍ଷେତ୍ରରେ ବିଶେଷକରି ବାଲେଶ୍ୱରଠାରେ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ପ୍ରତିଷ୍ଠା, ବାଙ୍ଗରାରେ ମହାବିଦ୍ୟାଳୟ ପ୍ରତିଷ୍ଠା, ଅନ୍ୟ ସ୍ଥାନରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା, ବିଭିନ୍ନ ସାମାଜିକ ସଂଗଠନ ସହିତ ତାଙ୍କର ସମ୍ପୃକ୍ତି ଓ ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଓଡ଼ିଶା ସରକାରଙ୍କର ଅର୍ଥବିଭାଗର ଜଣେ ଦକ୍ଷ ଉଚ୍ଚପଦସ୍ଥ କର୍ମଚାରୀ ଭାବେ ତାଙ୍କର ସାରା ରାଜ୍ୟରେ ସୁନାମ ରହିଥିବା ମଧ୍ୟ ଉଲ୍ଲେଖ କରିଥିଲେ ।ଏହି ସଭାରେ ତାଙ୍କର ଜ୍ୟେଷ୍ଠପୁତ୍ର ଶଶାଙ୍କ ଶେଖର, ମଧ୍ୟମପୁତ୍ର ଶ୍ରୀହର୍ଷ, ସାନପୁତ୍ର ସିଦ୍ଧାର୍ଥ, ବଡ଼ବୋହୂ ଦୀପା, ସାନବୋହୂ ଗାୟତ୍ରୀ, ନାତି ଚିନ୍ମୟ, ନାତୁଣୀ ଶୁଭଶ୍ରୀ, ଉପାସନା, ଉଦ୍ଦୀପନା, ଦୁଇ ସଢ଼ୁ, ଶାଳକ, ପରିବାରର ଭାଇ, ପୁତୁରା ଓ ଅନ୍ୟ ବନ୍ଧୁ ବାନ୍ଧବମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର କର୍ମକର୍ତ୍ତା ଓ ସଦସ୍ୟ ବେଣୁଧର ସାହୁ, ଦିଲ୍ଲୀପ କୁମାର ଚକ୍ରବର୍ତ୍ତୀ, ଭବେଶ କୁମାର ପଣ୍ଡା, ଶେଖ୍ ଆଲ୍ଲାଉଦ୍ଦିନ୍, ପୁରୁଷୋତ୍ତମ ବେହେରା, ଶଶାଙ୍କ ଶେଖର ଦତ୍ତ, ପଦ୍ମଲୋଚନ ଦତ୍ତ, କାର୍ତ୍ତିକ ନାୟକ, ସୀତାରାମ ପ୍ରଧାନ, କ୍ଷେତ୍ରମୋହନ ନାୟକ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ । ପରିବାର ପକ୍ଷରୁ ଆୟୋଜିତ ଶାକାନ୍ନ ଭୋଜନରେ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା ।