ବିଶିଷ୍ଟ ସ୍ୱର୍ଣ୍ଣକାର ଭିକ ବଣିଆଁଙ୍କ ପରଲୋକ

ବଲାଙ୍ଗିର ,(ଯୁଗାବ୍ଦ ନ୍ୟୁଜ୍): ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଗ୍ରାମର ବିଶିଷ୍ଟ ସ୍ୱର୍ଣ୍ଣକାର ଭିକ ବଣିଆଁଙ୍କ ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ପାଖରେ ତାଙ୍କର ତିନି ପୁଅ ଧନେଶ୍ୱର, ପ୍ରସନ୍ନ, ରାଜକୁମାର, ତିନି ବୋହୂ, ଦୁଇ ଝିଅ ଶାନ୍ତିଲତା, ବାସନ୍ତି, ନାତି ମାନସ, ନିବାସ, ନିହାର, ଅଶ୍ୱିନୀ, ଆଶୁ, ଯୀଶୁ, ନାତୁଣୀ ରୁବି, ଶ୍ରାବଣୀ ତଥା ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ଜ୍ୟେଷ୍ଠ ପୁତ୍ର ଧନେଶ୍ୱର ବଣିଆଁ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବିଲେଇସର୍ଡା ଗାଁର ବୟୋଜେଷ୍ଠ ବ୍ୟକ୍ତି ଭାବରେ ତାଙ୍କର ବେଶ ସମ୍ମାନ ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ