ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ସ୍ୱର୍ଗତ ନୀଳକଣ୍ଠ ମିଶ୍ରଙ୍କ ୧୪ତମ ସ୍ମୃତି •ରଣ ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଭାରତ ସ୍କାଉଟ୍ ଓ ଗାଇଡ୍ ପରିସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ତଥା ବୋଲଗଡ଼ ବେଗୁନିଆ ଗାନ୍ଧି ନାମରେ ସୁପରିଚିତ ସ୍ୱର୍ଗତ ନୀଳକଣ୍ଠ ମିଶ୍ରଙ୍କ ୧୪ତମ ସ୍ମୃତି•ରଣ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍କାଉଟ୍ ଗାଇଡ୍ କମିଶନର ତଥା ସମାଜସେବୀ ଡଃ କାଳିପ୍ରସାଦ ମିଶ୍ର, ମୁଖ୍ୟବକ୍ତା ଭାବେ ଉପେନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ନକୁଳ ଦାସ ଓ ଅନୁଷ୍ଠାନ ସଭାପତି ତଥା ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇ ସ୍ୱର୍ଗତ ମିଶ୍ର ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ସମ୍ପାଦକ, ସଂଯୋଜକ ତଥା ସମାଜସେବୀ ଶିବ ନାରାୟଣ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ଆଜିର ଯୁବପୀଢି ଦେଶପ୍ରେମ, ଭ୍ରାତୃଭାବ ଓ ପୂଜ୍ୟପୂଜାକୁ ସମ୍ମାନ କରିବାକୁ ମତ ରଖିଥିଲେ । ଏହି ଅବସରରେ ବିଶିଷ୍ଟ ସମାଜସେବୀକା ନିଶାମଣି ମିଶ୍ରଙ୍କୁ ‘ମଦର ଟେରେସା ସମ୍ମାନ-୨୦୧୯’ ପ୍ରଦାନ କରାଯାଇଥିଲା । ଏହାଛଡ଼ା ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ନୀଳକଣ୍ଠ ମିଶ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଶେଷରେ ସର୍ବନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିବା ସହିତ ପରି•ଳନାରେ ପ୍ରମୁଖ ସହଯୋଗ କରିଥିଲେ ଯୁବ ଲେଖକ, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ସିତାଂଶୁ ଶେଖର ମହାରଣା, ସନ୍ତୋଷ କୁମାର ଦାସ, ସମିତା ମହାରଣା, ତୁଷାର ଘୋଷ ଓ ସୁଧାଂଶୁ ଶେଖର ମିଶ୍ର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ