ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ପରଲୋକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ପୋଡିର ଅନ୍ୟତମ ପୁରଧା ତଥା ସରସଦା ପଂଚାୟତ ପିରିପୁର ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ଶଶୀଭୂଷଣ ଦାସଙ୍କର ଆଜି ପରଲୋକ ଘଟିଛି । ସ୍ଵର୍ଗତ ଦାସ ବୟସାଧିକ କାରଣ ଯୋଗୁଁ ନିଜ ପୈତୃକ ଘର ପିରିପୁର ଠାରେ ଅବସ୍ଥାନ କରି ଆସୁଥିବା ବେଳେ ଆଜି ଦିନ ପ୍ରାୟ ୪.୩୦ମିନିଟ ସମୟରେ ୯୫ବର୍ଷରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁଶଯ୍ୟା ନିକଟରେ ଶିକ୍ଷାବିତ ତଥା ବଡ ପୁଅ ହୃଷିକେଶ ଦାସ, ସାନ ପୁଅ ପ୍ରଶାନ୍ତ କୁମାର ଦାସ ବଡନାତି ତଥା ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସଙ୍କ ସମେତ ଆତ୍ମୀୟସ୍ୱଜନ ମାନେ ଉପସ୍ଥିତ ଥିଲେ । ସ୍ଵର୍ଗତ ଦାସ ଏକାଧାରରେ ଜଣେ ସମାଜସେବୀ, ଆଧ୍ୟାତ୍ମିକବାଦୀ, ସଂସ୍କୃତି ପ୍ରେମୀ ଓ ସ୍ୱାଧୀନତା ସଂଗ୍ରାମୀ ଭାବେ ବେଶ ପରିଚିତ ଥିଲେ । ଭଣ୍ଡାରିପୋଖରୀ ବ୍ଲକ ଅଂଚଳରେ ସ୍ୱାଧୀନତା ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିବା ବେଳେ ବ୍ରିଟିଶ ଅଧିକୃତ ଥାନା ପୋଡିର ସେ ଶ୍ରେଷ୍ଠ ପୁରଧା ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବିଜେପି ନେତା ବଦ୍ରିନାରାୟଣ ଧଳ, ସମାଜସେବୀ ଡମ୍ବରୁଧର ବେହେରା, ଗିରିଶ ସାମଲ, ରାମଚନ୍ଦ୍ର ସେନାପତି, କମଳ କୁମାର ନନ୍ଦ, ଜଗବନ୍ଧୁ ଦାସ,ସରପଞ୍ଚ କମଳ କୁମାର ନନ୍ଦ, ପ୍ରମୁଖ ବାସଭବନ ଠାରେ ପହଂଚି ପ୍ରାର୍ଥିବ ଶରୀରର ଶେଷ ଦର୍ଶନ କରିଥିବା ବେଳେ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ