ବିଶିଷ୍ଠ ଶିକ୍ଷାବିତ, କଳାକାର ଓ ସାହିତ୍ୟିକ ଭଜରାମ ଶଢଙ୍ଗୀଙ୍କ ପରଲୋକ

ବେଲଗୁଣ୍ଠା ,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ବ୍ଲକ ବଡପଡା ପଞ୍ଚାୟତ ଲୁଦୁଲୁଦି ଗ୍ରାମର ମହାନ ବ୍ୟକ୍ତିତ୍ୱ ତଥା ବିଶିଷ୍ଠ ଶିକ୍ଷାବିତ, କଳାକାର ଓ ସାହିତ୍ୟିକ ଭାବେ ବେଶ ପରିଚିତ ଭଜରାମ ଶଢଙ୍ଗୀଙ୍କର ବୁଧବାର ଭୋର ସମୟରେ ୮୦ବର୍ଷ ବୟସରେ ପରଲୋକ ଘଟିଛି । ସେ ଗତ ୩ଦିନ ହେବ ଅସୁସ୍ଥତା କାରଣରୁ ବ୍ରହ୍ମପୁର ମେଡ଼ିକାଲ ରେ ରହି ଚିକିତ୍ସିତ ହୋଇ ଆସୁଥିଲେ । ଗତ ଦୁଇ ବର୍ଷ ପୂର୍ବେ ତାଙ୍କ ପତ୍ନୀ ବିଷ୍ଣୁପ୍ରିୟା ଶଢଙ୍ଗୀଙ୍କର ଦେହାନ୍ତ ଘଟିଥିଲା।ସେ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୋଇଥିଲେ ମଧ୍ୟ ପହଲ୍ଲାଦ ନାଟକରେ ସୂତ୍ରଧର ଭୂମିକାରେ ଅଭିନୟ କରି ସ୍ଥାନୀୟ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଥିଲେ।ବର୍ତ୍ତମାନ ତାଙ୍କର ସୁପୁତ୍ର କାହ୍ନୁ ଶଢଙ୍ଗୀ ମଧ୍ୟ ରାଜା ନାଟକରେ ଅଭିନୟ କରି ବେଶ ପ୍ରଶଂସିତ ହୋଇପାରିଛନ୍ତି । ଏଥିସହ ସ୍ବର୍ଗତ ଶଢଙ୍ଗୀ ଜଣେ ବିଶିଷ୍ଠ ସାହିତ୍ୟିକ ଭାବେ ବେଶ ଜଣାଶୁଣା ଥିଲେ।ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସ୍ଥାନୀୟ ଜନସାଧାରଣ, କଳାକାର ଓ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ସଂଘ ତରଫରୁ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ