ବିଶିଷ୍ଠ ସମାଜସେବୀଙ୍କ ବିୟୋଗରେ ସ୍ମୃତିଚାରଣ ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ସାହସପୁର ଗ୍ରାମର ପୂର୍ବତନ କେନ୍ଦ୍ରାପଡା କୋର୍ଟ ଅଧିକ୍ଷକ ତଥା ସମାଜସେବୀ ଶ୍ରୀବତ୍ସ ଓଝାଙ୍କର ଦ୍ୱିତୀୟ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଭଦ୍ରକରେ କାର୍ଯ୍ୟରତ ଅଗ୍ନିଶମ ସେବା ଅଧିକାରୀ ହରେକୃଷ୍ଣ ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ବିଶିଷ୍ଠ କୃଷକ ନେତା ଫକିର ଚରଣ ଖଟୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର କୁମାର ପରିଡା, ଦିବାକର ଦାସ, ଅନନ୍ତ ଚରଣ ନାୟକ, ଦିପ୍ତୀରଞ୍ଜନ ମହାପାତ୍ର, ସମାଜସେବୀ ତଥା ମଧ୍ୟବିତ୍ତ ପରିବାରର ଜିଲ୍ଲା ସଭାପତି ନିରଞ୍ଜନ ପରିଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଓଝାଙ୍କ ସ୍ମୃତିଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ