ବିଶୁଦ୍ଧ ପାନୀୟ ଜଳ ପାଇ ପାରୁ ନାହାଁନ୍ତି ୮୦ ପରିବାର
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଏବେ ଠାରୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକ ମାନେ ଜଳ କଷ୍ଟରେ ଅତିଷ୍ଠ ହେଲେଣି ।ଆଗକୁ ଆହୁରି ଗ୍ରୀଷ୍ମର ପ୍ରକୋପ ବଢିବ ବୋଲି ଜଣାପଡିଛି। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଭିଲିଗ୍ରାମ ପଞ୍ଚାୟତ ଖେଦରପୁର ଗ୍ରାମରେ ପାନୀୟ ଜଳ ସଙ୍କଟ ଯୋଗୁଁ ୮୦ ରୁ ଉର୍ଦ୍ଧ୍ବ ପରିବାର ବିଶୁଦ୍ଧ ପାନୀୟ ଜଳ ପାଇ ପାରୁନାହାଁନ୍ତି। ବାରମ୍ବାର ଗ୍ରାମବାସୀ ମାନେ ଏ ସମ୍ପର୍କ ରେ ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପାନୀୟ ଜଳ ଯୋଗାଣ ଅଧିକାରୀ ଙ୍କୁ ଜଣାଇ ଥିଲେ ମଧ୍ଯ କେହି କର୍ଣ୍ଣପାତ କରୁ ନାହାଁନ୍ତି। ଏଣୁ ଏହାର ପ୍ରତିବାଦ କରି ଏହି ଗ୍ରାମ ର ଶତାଧିକ ମହିଳା ଗରା,ବାଲ୍ଟି ଧରି ରାସ୍ତାରେ ବସି ରହିଥିଲେ। ଗତ ୪ ଦିନ ହେବ ଭୂତଳ ଜଳସ୍ତର କମିବା ହେତୁ ଗାଁ ରେ ଥିବା ନଳକୂପ ଅଚଳ ହୋଇ ପଡ଼ିଛି। ସ୍ଵଜଳ ଧାରା ଯୋଜନାରେ ଗ୍ରାମକୁ ପକା ଯାଇଥିବା ପାଇପ ରେ କଣା ଯୋଗୁଁ ବାଟରେ ପାଣି ବାହାରି ଯାଉଛି। ଗାଁ ରେ ପାଣି ପହଁଚି ପାରୁନାହିଁ।ଫଳରେ ଗ୍ରାମବାସୀ ମାନେ ପାଖରେ ଥିବା ଏକ ପୋଖରୀରୁ ପାଣି ନେଇ ପିଉଥିବା ଦେଖିବାକୁ ମିଳିଛି।ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଯଦି ଏହି ସମସ୍ୟାର ସମାଧାନ ନ କରନ୍ତି ତେବେ ସାଧାରଣ ଜନତା ରାଜରାସ୍ତା କୁ ଓହ୍ଲାଇବେ ବୋଲି ଯୁବନେତା ରଘୁନାଥ ଗିରି କହିଛନ୍ତି।
ଏ ସମ୍ପର୍କ ରେ ନିମାପଡ଼ା ବିଡ଼ିଓ ଡ.
ଅଭିଜିତ ଷଡ଼ଙ୍ଗୀ ଙ୍କୁ ପଚାରିବାରୁ
ଏ ଦିଗରେ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ଓ ଗ୍ରାମବାସୀ ମାନଙ୍କୁ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି।