ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସହ  ଡିଆରଡିଏ ଓ କଲେଜ ଛକରେ ଟ୍ରାଫିକ ପୋଲିସ୍ ମୁତୟନ ଦାବି  

ଛତ୍ରପୁର, (ଦେବଦତ୍ତ ମହାରଣା): ଛତ୍ରପୁର ଏନଏସିର ୧୪ ନମ୍ବର ୱାର୍ଡ ଆରପିଲାଇନ ଓ ନୂଆ ପୋଲିସ୍ ଲାଇନ ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ସୁବ୍ୟବସ୍ଥା କରିବା ଓ ସହରର ଡିଆରଡିଏ ଛକ ଓ କଲେଜ ଛକ ନିକଟରେ ଟ୍ରାଫିକ୍ ପୋଲିସ୍ ମୃତୟନ କରିବା ନିମନ୍ତେ ଆରପି ଲାଇନ , ନୂଆ ପୋଲିସ୍ ଲାଇନ , ସହର ବାସିନ୍ଦା ଓ ବୁଦ୍ଧିଜୀବି ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ଭେଟି ପୃଥକ ପୃଥକ ଦାବି ପତ୍ର ପ୍ରଦାନ କରିଛନ୍ତି । ଆରପିଲାଇନ ଓ ନୂଆ ପୋଲିସ୍ ଲାଇନର ବାସିନ୍ଦା ମାନଙ୍କ ପାଇଁ ପାଣି ଟାଙ୍କିର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଉକ୍ତ ପାଣି ଟାଙ୍କି ଗୁଡିକ ଅବ୍ୟବସ୍ଥା ହୋଇ ପଡିରହିଛି । ପାଣି ଟାଙ୍କିରେ ବିଭିନ୍ନ ପ୍ରକାର ଅଳିଆ ଆବର୍ଜନା ପଡିଥିବା ସହିତ ସେଠାରେ ବିଭିନ୍ନ ପ୍ରକାର ପୋକ ଜୋକ ପଡିରହିଥିବା କାରଣରୁ ଉକ୍ତ ପାଣି ପିଇ ସାହି ବାସିନ୍ଦା ମାନେ ବହୁ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏ ସଂପର୍କରେ ସେମାନେ ପୂର୍ବରୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ସେମାନେ ବାଧ୍ୟ ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିପରି ଛତ୍ରପୁର ସହରରେ ଡିଆରଡିଏ ଛକ ଓ କଲେଜ ଛକ ନିକଟରେ ବହୁ ଦୁର୍ଘଟଣା ଘଟୁଥିବାରୁ ଉକ୍ତ ଦୁଇଟି ସ୍ଥାନରେ ଓଭରବ୍ରିଜ ନିର୍ମାଣ ହେବା ପର୍ଯ୍ୟନ୍ତ ଟ୍ରାଫିକ୍ ପୋଲିସ୍ ମୃତୟନ କରିବା ପାଇଁ ମଧ୍ୟ ଅଂଚଳବାସୀଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଆଉ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ସମାଜସେବୀ ଭାଗିରଥି ବେହେରା,ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା,ଯୁବ ସମାଜସେବୀ ସଂଜିତ କୁମାର ରାଉଳ,କାଳିଆ ରାଉଳ, ଓକିଲ ବାବୁ ନାହାକ,ସୁବ୍ରତ ବେହେରା, ବାବୁ ବେହେରା, ବି.ବାବୁ ରାଓ, ଯୋଗେନ୍ଦ୍ର ବେହେରା, ପ୍ରମୋଦ କୁମାର ବେହେରା, ଏନ.କୁନା ରେଡ୍ଡି, କୁନା ରାଉଳ, ସନ୍ତୋଷ କୁମାର ସାହୁ ଓ ଆକାଶ ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ