ବିଶୃଙ୍ଖଳିତ କାରଣ ଯୋଗଁ ଶିକ୍ଷୟତ୍ରୀ ନିଳମ୍ବିତ
ବେଲଗୁଣ୍ଠା ( ଯୁଗାବ୍ଦ ନ୍ୟୁଜ) : ବେଲଗୁଣ୍ଠା ଅନ୍ତର୍ଗତ କ୍ଷତ୍ରିୟବରପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଶିକ୍ଷୟତ୍ରୀ ଅକିମ ବେଗମକୁ କାର୍ଯ୍ୟରେ ଅବହେଳା ଓ ବିଦ୍ୟାଳୟରେ ଅଶ୍ୟୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ସ୍କୁଲରୁ କରାଯାଇଛି । ଗଞ୍ଜାମ ଜିଲ୍ଳା ଡକ୍ଟର ସନାତନ ପଣ୍ଡା କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି । ଏହା ସହ ସେ ପ୍ରଧାନ ଶିକ୍ଷକଙ୍କୁ ଗାଳିଗୁଲଜ କରିଥିବା ବି ଅଭିଯୋଗ ହୋଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଗିତାଞ୍ଜଳି ରଥ ଗାଙ୍ଗପୁର ଥାନାରେ ଏତଲା ଦେଇଥିଲେ ।ଉକ୍ତ ମାମଲାର ବିଚରାଧିନ ଚାଲିଛି । ବିଦ୍ୟାର୍ଥୀ ମାନେ ମଧ୍ୟ ରାସ୍ତାରୋକ କରିଥିଲେ । ବିଦ୍ୟାର୍ଥୀ ଓ ଅଭିଭାବକ ସମସ୍ତଙ୍କ ଅଭିଯୋଗ ପରେ ଏହି ମାମଲା ଥାନାରେ ପହଞ୍ଚିଥିଲା । ଏହି ଖବର ପରେ ସାଧାରଣ ଜନତା ପ୍ରଶସା କରିଛନ୍ତି ।


