ବିଶୋଇ ଅଂଚଳରେ ଅବକାରୀ ଚଢାଉ;୬୦ ଲି ଦେଶୀ ମଦ ଜବତ, ୨୦୫୦ କେଜି ପୋଚ ଏବଂ ରୋଷେଇ ସାମଗ୍ରୀ ନଷ୍ଟ

ରାଇରଙ୍ଗପୁର,( ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବାମନଘାଟି ଉପଖଣ୍ଡର ପାହାଡିଆ, ଦୁର୍ଗମ,ନଦୀ,ନାଳର ଭରପୁର ଫାଇଦା ଉଠାଉଛନ୍ତି ଚୋରା ମଦ ମାଫିଆ ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲାର ବିଶୋଇ ବ୍ଳକ ଅନ୍ତର୍ଗତ ଗୋଟୁଗଡା ଏବଂ କୁଆଝରି ଗ୍ରାମ୍ୟ ନିକଟବର୍ତ୍ତୀ ଜଙ୍ଗଲ ରେ । ସୂଚନାଯୋଗ୍ୟଯେ କୌଣସି ସୂତ୍ରରୁ ଖବର ପାଇ ରାଇରଙ୍ଗପୁର ଅବକାରୀ ବିଭାଗ ଅଧିକାରୀ ହରିହର ସିଂ ଏବଂ ବିଶୋଇ ଅବକାରୀ ଅଧିକାରୀ ଏବଂ ଅନ୍ୟ କର୍ମଚାରୀଙ୍କ ସହାୟତାରେ ଆଜି ସକାଳେ ଗୋଟୁଗଡା ଏବଂ କୁଆଝରି ଗାଁ ନିକଟ ଦୁର୍ଗମ ଜଙ୍ଗଲ ଭିତରେ ରନ୍ଧା ମଦଭାଟି ଉପରେ ଚଢ଼ାଉ କରିଥିଲେ । ଘଟଣାସ୍ଥଳରେ ମଦମାଫିଆ ଅବକାରୀ ବିଭାଗ କର୍ମଚାରୀଙ୍କୁ ଦେଖି ଘଞ୍ଚ ଜଙ୍ଗଲ ଭିତରକୁ ଆସି ପଳାଇଥିଲେ । ଅବକାରୀ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମଦ ତୁଲେଇ ହେଉଥିବା ସାମଗ୍ରିକ ଏବଂ ୨୦୫୦ କେଜି ପୋଚକୁ ନଷ୍ଟ କରିଦେବା ସହ ୬୦ଲିଟର ଦେଶୀମଦ ଜବତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ