ବିଶୋଇ ! ଲୁହାକାନି ଗ୍ରାପର ସାତସୋଳରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନୀ ଗ୍ରାମ ପଞ୍ଚାୟତର ସାତଶୋଳ ଗ୍ରାମର ମାରାଙ୍ଗବୁରୁ କ୍ଲବ ଆନୁକୁଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲାର ଲୋକ ପ୍ରିୟ ଖେଳ ହେଉଛି ଫୁଟବଲ ଖେଳ । କାହୁଲା ପାଗ ସାଙ୍ଗକୁ ଝିପିଝିପି ବର୍ଷାରେ ଆଜି ଦେଖିବାକୁ ମିଳିଛି ବିଶୋଇ ବ୍ଲକ ଅନ୍ତର୍ଗତ ଲୁହାକାନୀ ପଞ୍ଚାୟତର ସାତଶୋଳ ଗ୍ରାମର ମାରାଙ୍ଗବୁରୁ ଆନୁକୁଲ୍ୟରେ ଫୁଟବଲ ଖେଳରେ ବିଭିନ୍ନ ପଞ୍ଚାୟତର ୧୨ ଗୋଟି ଫୁଟବଲ ଦଳ ଅଂଶଗ୍ରହଣ କରିଥିବା ବେଳେ ସାତଶୋଳ ଫୁଟବଲ ଦଳ ଚାମ୍ପିଅନ ହୋଉଥିବା ବେଳେ ବଣପୋଖୁରିଆ ଫୁଟବଲ ଦଳ ଦିତୀୟ ସ୍ଥାନ ଅଧିକାର କରିଥିଲା । ଉଭୟ ବିଜେତା ଦଳଙ୍କୁ କ୍ଲବର ସଭାପତି ମଙ୍ଗଲ ବାବୁ ପୁରସ୍କାର ପ୍ରଦାନ କରିବା ସହିତ ଖେଳ ମଧ୍ୟ ପରିଚାଳନା କରିଥିଲେ । ଝିପିଝିପି ବର୍ଷାରେ ଛତା ଧରି ଫୁଟବଲ ପ୍ରେମୀ ଆଜି ର ଏହି ଫୁଟବଲ ଖେଳର ମଜା ନେଇଥିଲେ ।