ବିଶ୍ବକର୍ମା କୁଳ ଗୌଞ୍ଜୁ ବଂଶର ବୈଠକ, କରୋନା ସଚେତନତା ଓ ସାମାଜିକ କାର୍ଯ୍ୟକ୍ରମ ଆଲୋଚନା

ଛତ୍ରପୁର,(ଦେବଦତ୍ତ ମହାରଣା): ଦକ୍ଷିଣ – ପଶ୍ଚିମ ଓଡିଶା ବିଶ୍ବକର୍ମା କୁଳ ଗୌଞ୍ଜୁ ବଂଶ,ପୌଲସ୍ତ୍ୟ ଗୋତ୍ର ସଂଘର ଏକ ବୈଠକ  ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ମନ୍ଦିର ନିକଟରେ ନିର୍ମାଣ ହୋଇଥିବା ବଂଶର ସ୍ଥାୟୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଜିଲାର ବିଭିନ୍ନ ଅଞ୍ଚଳରୁ ପ୍ରତିନିଧି ମାନେ ଯୋଗଦେଇ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରି ବଂଶର ସଭ୍ୟ ମାନଙ୍କ ଏକତା, ସୌଭାତୃତ୍ବ ରକ୍ଷାକରି ପରବର୍ତ୍ତୀ  ପିଢୀଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।କରୋନାକୁ ପ୍ରତି ହତ କରି,ଗାଇଡ୍ ଲାଇନ ପାଳନ କରି ଜୀବନ ଅତିବାହିତ କରିବା ପାଇଁ ସଭ୍ୟ ମାନଙ୍କୁ ଅବଗତ କରାଯାଇଥିଲା ।ସଭାପତି ଲଡୁ କିଶୋର ମହାରଣାଙ୍କ ସଭାପତିତତ୍ବରେ ଅନୁଷ୍ଠିତ ବୈଠକରେ ସଂପାଦକ କାମରାଜୁ ମହାରଣା ବଂଶର ବିବରଣୀ ପ୍ରଦାନ କରିଥିଲେ ଏବଂ ନବ ନିର୍ମିତ ବୈଠକ ଗୃହର ଆୟ ବ୍ୟୟର ହିସାବର ବିବରଣୀ ପ୍ରଦାନ କରିଥିଲେ । ଏହି ଗୃହର ପ୍ରତିଷ୍ଠା ଉତ୍ସବ କରୋନା ପରିସ୍ଥିତି ହଟିଲା ପରେ ହେବାପାଇଁ ସମସ୍ତ ସଦସ୍ୟ ମତ ପ୍ରକାଶ କରିଥିଲେ ।କୋଷାଧ୍ୟକ୍ଷ ଯଦୁମଣି ମହାରଣା ବଂଶର ଆୟ-ବ୍ୟୟର ବିବରଣୀ ଦେଇ ଥିଲେ।ଉପଦେଷ୍ଟା କୋରା ମହାରଣା ଓ ରାଜଶ୍ରୀ ପଦ୍ମ ଚରଣ ମହାରଣା ଙ୍କ  ସମେତ ଉପ-ସଭାପତି ରତ୍ନାକର ମହାରଣା ଓ ଉଦୟ ନାଥ ମହାରଣା, ଯୁଗ୍ମ ସଂପାଦକ ବାବୁ ମହାରଣା,  ଦୁର୍ଗା ମାଧବ ମହାରଣା, ମାଧବ ମହାରଣା, ଜଗନ୍ନାଥ ମହାରଣା, ରାମହରି ମହାରଣା ପ୍ରମୁଖ ସଭ୍ୟ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ